fbpx

ଆସିଗଲା ବୃହତ୍ ନିଯୁକ୍ତି ସୁଯୋଗ: ବ୍ୟାଙ୍କରେ ଖାଲି ୧୩ ହଜାରରୁ ଅଧିକ ପଦ, ଚଳିତ ମାସରେ ସରିବ ଆବେଦନ ପ୍ରକ୍ରିୟା

Advertisement

ନୂଆଦିଲ୍ଲୀ: ବ୍ୟାଙ୍କିଂ ସେକ୍ଟରରେ ଚାକିରି କରିବାକୁ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ବ୍ୟାଙ୍କରେ ଚାଲିଛି ବମ୍ପର ଭର୍ତ୍ତି ପ୍ରକ୍ରିୟା । ବିଭିନ୍ନ ବ୍ୟାଙ୍କରେ ୧୩ ହଜାରରୁ ଅଧିକ ପଦ ଖାଲି ରହିଛି । କିଛି ପଦ ପାଇଁ ଚଳିତ ମାସରେ ଆବେଦନ ପ୍ରକ୍ରିୟା ସରିବାକୁ ଥିବା ବେଳେ ଆଉ କିଛି ପଦର ଆବେଦନ ପ୍ରକ୍ରିୟା ଜୁଲାଇ ମାସରେ ସରିବ । ତେଣୁ ବ୍ୟାଙ୍କରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଯଥାଶୀଘ୍ର ଆବେଦନ କରିପାରିବେ ।

ଇନଷ୍ଟଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ) ପକ୍ଷରୁ ଗ୍ରାମ୍ୟ ବ୍ୟାଙ୍କରେ ୯ ହଜାର ୯୯୫ଟି ପଦରେ ନିଯୁକ୍ତି ଦିଆଯିବ । ଏଥିପାଇଁ ଆବେଦନର ଶେଷ ତାରିଖ ଜୁନ୍ ୨୭ ରହିଛି । ପ୍ରାର୍ଥୀଙ୍କୁ ଅଫିସ ଆସିଷ୍ଟାଣ୍ଟ, ଅଫିସର ସ୍କେଲ-୧, ଅଫିସର ସ୍କେଲ-୨ ଓ ସ୍କେଲ-୩, ଲ’ ଅଫିସର, ବ୍ୟାଙ୍କି ଅଫିସର, ମାର୍କେଟିଂ ଅଫିସର, ଟ୍ରେଜେରୀ ମ୍ୟାନେଜର ଆଦି ପଦରେ ନିଯୁକ୍ତି ଦିଆଯିବ । ଏ ବାବଦରେ ଅଧିକ ସୂଚନା ପାଇବା ପାଇଁ ପ୍ରାର୍ଥୀଙ୍କୁ https://www.ibps.in/ ୱେବସାଇଟକୁ ଯିବାକୁ ପଡ଼ିବ ।

ସେହିପରି ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ୩ ହଜାର ପଦ ଖାଲି ରହିଥିବା ବେଳେ ସେଥିପାଇଁ ଜୁନ୍ ୧୭ ଆବେଦନର ଶେଷ ତାରିଖ ରହିଛି । https://nats.education.gov.in/କୁ ଯାଇ ପ୍ରାର୍ଥୀମାନେ ଆବେଦନ କରିପାରିବେ । ବ୍ୟାଙ୍କ ଅଫ୍ ବରୋଦାରେ ୬୨୭ଟି ପଦ ଖାଲି ରହିଥିବା ବେଳେ ଜୁଲାଇ ୨ ଆବେଦନର ଶେଷ ତାରିଖ ରହିଛି । https://www.bankofbaroda.in/ ୱେବସାଇଟକୁ ଯାଇ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ରେ ୧୫୦ଟି ପଦ ଖାଲି ରହିଥିବା ବେଳେ ଜୁନ୍ ୨୭ ଆବେଦନର ଅନ୍ତିମ ତାରିଖ ରହିଛି । https://sbi.co.in/ ଯାଇ ପ୍ରାର୍ଥୀମାନେ ଏହି ପଦରେ ଆବେଦନ କରିପାରିବେ ।

Get real time updates directly on you device, subscribe now.