fbpx

ନବୀନ-ପଣ୍ଡିଆନଙ୍କ ପ୍ରଚାର ପାଇଁ ୧୫ କୋଟିରୁ ଅଧିକ ଖର୍ଚ୍ଚ

ଭୁବନେଶ୍ୱର: ନବୀନ-ପଣ୍ଡିଆନଙ୍କ ପ୍ରଚାର ପାଇଁ ୧୫ କୋଟିରୁ ଅଧିକ ଖର୍ଚ୍ଚ ହୋଇଥିବା ଡାଟା ବର୍ତ୍ତମାନ ସାମ୍ନାକୁ ଆସିଛି। ବିଜ୍ଞାପନରେ ଫଟୋ ଲଗାଇବା ପାଇଁ ଖର୍ଚ୍ଚ ହୋଇଛି। ରାଜକୋଷରୁ ୧୫ କୋଟି ୨୬ ଲକ୍ଷ ୯୧ ହଜାର ୯୩୩ ଟଙ୍କା ଖର୍ଚ୍ଚ ହୋଇଛି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଲିଖିତ ଉତ୍ତର ରଖିଛନ୍ତି। ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି।

ସୂଚନା ଅନୁଯାୟୀ, ୫ ବର୍ଷରେ ପ୍ରଚାର ପାଇଁ ପୂର୍ବତନ ରାଜ୍ୟ ବିଜେଡି ସରକାର ୪ ଶହ ୫୨ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ପ୍ରଚାର ପ୍ରସାର ପାଇଁ ଅନେକ ଅନୁଷ୍ଠାନମାନଙ୍କୁ କୋଟି କୋଟି ଟଙ୍କା ଦିଆଯାଇଛି।

Get real time updates directly on you device, subscribe now.