fbpx

କେନ୍ଦ୍ର ସରକାରଙ୍କ ନିଯୁକ୍ତି: ୧୬୦୦ରୁ ଅଧିକ ପଦ ପାଇଁ ଜାରି ହେଲା ବିଜ୍ଞପ୍ତି

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ସଶସ୍ତ୍ର ସୀମା ବଳ (ଏସଏସବି) ପକ୍ଷରୁ ୧୬୦୦ରୁ ଅଧିକ ପଦ ପାଇଁ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ କନଷ୍ଟେବଳ, ସବ-ଇନ୍ସପେକ୍ଟର, ହେଡ-କନଷ୍ଟେବଳ, ଏଏସଆଇ, ଏଏସଆଇ ଷ୍ଟେନୋ ଆଦି ବିଭିନ୍ନ ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ଆସନ୍ତା ମାସ ୧୦ ତାରିଖ ସୁଦ୍ଧା ଅନଲାଇନରେ ଆବେଦନ କରିବାକୁ ପଡ଼ିବ ।

କନଷ୍ଟେବଳ (ଟ୍ରେଡସମ୍ୟାନ) ପଦ ପାଇଁ ୫୪୩ଟି, ସବ-ଇନ୍ସପେକ୍ଟର ପଦ ପାଇଁ ୧୧୧ଟି, ହେଡ-କନଷ୍ଟେବଳ ପଦ ପାଇଁ ୯୧୪ଟି, ଏଏସଆଇ (ଗ୍ରୁପ-ସି) ପଦ ପାଇଁ ୩୦ଟି ଓ ଏଏସଆଇ ଷ୍ଟେନୋ ପଦ ପାଇଁ ୪୦ଟି ପଦ ଖାଲି ରହିଛି । କନଷ୍ଟେବଳ ପଦ ପାଇଁ ପ୍ରାର୍ଥୀଙ୍କ ବୟସ ଯୋଗ୍ୟତା ୧୮ରୁ ୨୭ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ନିର୍ଦ୍ଧାରଣ କରାଯିବ । ପ୍ରାର୍ଥୀ ଦଶମ / ଡିପ୍ଲୋମୋ (ପ୍ରାସଙ୍ଗିକ ଟ୍ରେଡ) ପାସ୍ କରିଥିବା ଆବଶ୍ୟ ।

ସେହିପରି ସବ-ଇନ୍ସପେକ୍ଟର ପଦ ପାଇଁ ପ୍ରାର୍ଥୀଙ୍କ ବୟସ ୧୮ରୁ ୩୦ ବର୍ଷ ଓ ଶିକ୍ଷାଗତ ଯୋଗ୍ୟତା ଦଶମ / ଦ୍ୱାଦଶ / ଡିପ୍ଲୋମା (ପ୍ରାସଙ୍ଗିକ ଟ୍ରେଡ) ପାସ୍ ରହିଥିବା ଆବଶ୍ୟକ । ହେଡ୍ କନଷ୍ଟେବଳ ପଦ ପାଇଁ ପ୍ରାର୍ଥୀଙ୍କ ବୟସ ୧୮ରୁ ୨୭ ବର୍ଷ ଓ ଶିକ୍ଷାଗତ ଯୋଗ୍ୟତା ଦଶମ / ଦ୍ୱାଦଶ / ଡିପ୍ଲୋମା (ପ୍ରାସଙ୍ଗିକ ଟ୍ରେଡ) ପାସ୍ ରହିଥିବା ଆବଶ୍ୟକ ।

ଏଏସଆଇ ପଦ ପାଇଁ ପ୍ରାର୍ଥୀଙ୍କର ବୟସ ୨୦ରୁ ୩୦ ବର୍ଷ ଓ ଶିକ୍ଷାଗତ ଯୋଗ୍ୟତା ଯୁକ୍ତଦୁଇ / ଡିପ୍ଲୋମା / ଡିଗ୍ରୀ (ପ୍ରାସଙ୍ଗିକ ଟ୍ରେଡ) ପାସ୍ ରହିଥିବା ଆବଶ୍ୟକ । ଏଏସଆଇ ଷ୍ଟେନୋ ପଦ ପାଇଁ ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୧୮ରୁ ୨୫ ବର୍ଷ ଓ ଶିକ୍ଷାଗତ ଯୋଗ୍ୟତା ଯୁକ୍ତଦୁଇ ରହିଥିବା ଆବଶ୍ୟକ ।

ଅଫିସିଆଲ ୱେବସାଇଟ୍ ଲିଙ୍କ: https://ssb.gov.in/

Get real time updates directly on you device, subscribe now.