ଆଉ ସୁରକ୍ଷିତ ନାହାଁନ୍ତି ଝିଅ-ବୋହୂ, 6 ମାସରେ ହେଲାଣି 200 ରୁ ଅଧିକ ଗଣଦୁଷ୍କର୍ମ
ହୁତୁହୁତୁ ହୋଇ ବଢ଼ି ଚାଲିଛି ଗଣଦୁଷ୍କର୍ମର ମାମଲା, 6 ମାସରେ 200 ରୁ ଅଧିକ ହେଲାଣି ଗଣଦୁଷ୍କର୍ମ
ରାଜସ୍ଥାନ: ଦେଶରେ ଆଉ ଝିଅମାନେ ସୁରକ୍ଷିତ ନାହାଁନ୍ତି। 6 ମାସରେ 200 ରୁ ଅଧିକ ହେଲାଣି ଗଣଦୁଷ୍କର୍ମ। ରାଜସ୍ଥାନରେ ନାବାଳିକା ଏବଂ ଯୁବତୀଙ୍କସହ ଯେଉଁ ଅପରାଧ ହେଉଛି ତାହା ଏବେ ସବୁଠୁ ଅଧିକ ଚିନ୍ତାର ବିଷୟ ପାଲଟିଛି।
ଯଦି ଆମେ ପୋଲିସ ଦ୍ୱାରା ପ୍ରକାଶିତ ତଥ୍ୟ ଉପରେ ନଜର ପକାଇବା, ତେବେ ଜାନୁଆରୀରୁ ଜୁନ୍ 2025 ପର୍ଯ୍ୟନ୍ତ 200 ରୁ ଅଧିକ ଗଣଦୁଷ୍କର୍ମ ମାମଲା ପଞ୍ଜିକୃତ ହୋଇଛି।
ଏପରିକି 5 ଜଣ ଝିଅଙ୍କୁ ବଳାତ୍କାର ପରେ ହତ୍ୟା ମଧ୍ୟ କରାଯାଇଥିଲା। ଜୁନ୍ ସୁଦ୍ଧା ପୋଲିସ ମୁଖ୍ୟାଳୟ ଦ୍ୱାରା ପ୍ରକାଶିତ ତଥ୍ୟରେ ଏହି ବାସ୍ତବତା ସାମ୍ନାକୁ ଆସିଛି। 600 ରୁ ଅଧିକ ମାମଲାରେ ଯୌନ ନିର୍ଯାତନା ଘଟଣା ରିପୋର୍ଟ ହୋଇଛି।
ବଢ଼ୁଥିବା ଅପରାଧ ପାଇଁ ପରିବାର ଲୋକେ ଚିନ୍ତା ପ୍ରକାଶ କରିଛନ୍ତି। ଅନେକ ପିତାମାତା ସେମାନଙ୍କ ଝିଅମାନଙ୍କୁ ସ୍କୁଲ କିମ୍ବା କଲେଜ ପଠାଇବାକୁ ଭୟ ବି କରୁଛନ୍ତି।
କେବଳ ଦୁଷ୍କର୍ମ ମାମଲା ନୁହେଁ, ଯଦି ଆମେ ଯୌତୁକ ନିର୍ଯାତନା ମାମଲା ଉପରେ ନଜର ପକାଇବା ତେବେ ମହିଳାମାନେ ଘରେ ମଧ୍ୟ ସୁରକ୍ଷିତ ନୁହଁନ୍ତି।
ମହିଳାଙ୍କ ବିରୋଧରେ ଅପରାଧ ବଢ଼ୁଥିବା ପଛରେ ଅନେକ କାରଣ ଅଛି, ଯେପରିକି ସାମାଜିକ ଅସମାନତା, ଶିକ୍ଷାର ଅଭାବ ଇତ୍ୟାଦି। ଡିଜିଟାଲ୍ ପ୍ଲାଟଫର୍ମର ଅତ୍ୟଧିକ ବ୍ୟବହାର ମଧ୍ୟ ନାବାଳିକାମାନଙ୍କୁ ବିପଦରେ ପକାଉଛି।