fbpx

(ଭିଡ଼ିଓ)ରାଜ୍ୟରେ ୨୫ ଲକ୍ଷରୁ ଉର୍ଦ୍ଧ୍ବ ପିଲାଙ୍କୁ ଟିକା ଦିଆଯିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ବଢ଼ୁଥିବା ମାମଲାକୁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ‘ରାଜ୍ୟରେ ୧୫ରୁ ୧୮ ବର୍ଷର ୨୫ ଲକ୍ଷ ୫୩ ହଜାର ପିଲା ଅଛନ୍ତି । ସେମାନଙ୍କୁ ଜାନୁଆରୀ ୩ ତାରିଖରୁ ଟିକା ଦିଆଯିବ । ଟିକା ପାଇଁ ୧୫ରୁ ୧୮ ବର୍ଷର ପିଲାଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିବ । ୬୦ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସଂଖ୍ୟା ୫୨ ଲକ୍ଷ ୩୭ ହଜାର ରହିଛି । ଏମାନଙ୍କ ମଧ୍ୟରୁ ବିଭିନ୍ନ ରୋଗରେ ଆକ୍ରାନ୍ତଙ୍କୁ ଟିକା ଦିଆଯିବ । ୭ ଲକ୍ଷ ୫ ହଜାର ସମ୍ମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ।’

ଆବଶ୍ୟକ ହେଲେ ସ୍କୁଲ ଓ କଲେଜରେ ବି ଟିକା ଦେବାର ବ୍ୟବସ୍ଥା କରାଯିବ । ଦରକାର ପଡ଼ିଲେ ଅଭିଭାବକମାନଙ୍କୁ ପିଲାଙ୍କ ସହ ଆସିବାକୁ ପଡ଼ିବ । ବର୍ତ୍ତମାନ ୨ ଶହ ସେସନରେ ଟିକାକରଣ ଚାଲିଛି । ଟିକାକରଣ ପାଇଁ ପ୍ରତି ବ୍ଲକରେ ୮ଟି ମୋବାଇଲ ଟିମ୍ ବୁଲୁଛନ୍ତି । ରାଜ୍ୟରେ ୨୯ ଲକ୍ଷ ପ୍ରଥମ ଡୋଜ୍ ଓ ୩୦ ଲକ୍ଷ ୨ୟ ଡୋଜ୍ ନେଇନାହାନ୍ତି । ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶରେ ଟିକା ନେବେ । ବର୍ତ୍ତମାନ ୨୬୦୦ ସେସନ ସାଇଟରେ ଟିକାକରଣ ଚାଲିଛି ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି ।

Get real time updates directly on you device, subscribe now.