fbpx

ଭୟଙ୍କର ଅଗ୍ନିକାଣ୍ଡରେ ଜଳିଗଲା ୫୦ରୁ ଅଧିକ ଦୋକାନ: ନିଆଁ ଲିଭାଉଛନ୍ତି ୧୮ ଦମକଳ

Advertisement

ପଶ୍ଚିମବଙ୍ଗ: ହାୱଡ଼ାରେ ସକାଳୁ ସକାଳୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟି ଯାଇଛି । ସାରା ସହରରେ ହୁତୁହୁତୁ ହୋଇଛଇ ଜଳୁଛି ନିଆଁ । ମଙ୍ଗଳହାଟ ବଜାରରେ ହଠାତ୍ ଏଭଳି ଭୟଙ୍କର ଅଗ୍ନକାଣ୍ଡ ଦେଖିବାକୁ ମିଳିଛି । ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିବା ବେଳେ ଏହାକୁ ଆୟତ୍ତ କରିବା ପାଇଁ ଦମକଳ ବାହିନୀ ନିୟୋଜିତ ହୋଇ ରହିଛନ୍ତି । ଘଟଣାସ୍ଥଳରେ ନିଆଁ ଲିଭା କାର୍ଯ୍ୟରେ ୧୮ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଛି । ତେବେ ଏଭଳି ଏକ ଭୟାନକ ଅଗ୍ନକାଣ୍ଡ କିପରି ଓ କେଉଁ କାରଣରୁ ଘଟିଛି, ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । କିନ୍ତୁ ନିଆଁରେ ବାଜରର ପ୍ରାୟ ୫୦ ରୁ ଅଧିକ ଦୋକାନ ଜଳି ପୋଡ଼ି ପାଉଁଶ ହୋଇଯାଇଥିବା ଜାଣିବାକୁ ମିଳିଛି ।

Get real time updates directly on you device, subscribe now.