fbpx

ସେପ୍ଟେମ୍ବରରେ ଭୁବନେଶ୍ୱରରୁ ସାଇବର ଲୁଟ୍ ୬୦ ଲକ୍ଷରୁ ଅଧିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଲୋକମାନେ ଯେତେ ଅପଡେଟ ହେଉଛନ୍ତି, ସାଇବର ଲୁଟେରା ସେତିକି ମାତ୍ରାରେ ଲୁଟ୍ କରୁଛନ୍ତି । ଗତ ମାସ ଅର୍ଥାତ୍ ସେପ୍ଟେମ୍ବରରେ ରାଜଧାନୀ ଭୁବନେଶ୍ୱରରୁ ସାଇବର ଲୁଟ୍ ୬୦ ଲକ୍ଷରୁ ଅଧିକ ରହିଛି । ସାଇବର ଲୁଟ୍ ମାମଲାରେ ୭୨ଟି ନମ୍ବରକୁ ବ୍ଲକ କରାଯାଇଛି । ଲୁଟ ଟଙ୍କା ଫେରିବା/ବ୍ଲକ ପରିମାଣ ୧୭ ଲକ୍ଷରୁ ଅଧିକ ରହିଛି । ୟୁପିଆଇ ସମ୍ବଦ୍ଧିତ ଫ୍ରଡ୍ କଲ ସବୁଠାରୁ ଅଧିକ ବୋଲି ସୂଚନା ମିଳିଛି । ସେହିପରି ସାଇବର ସେଲକୁ ୪୮୫ଟି ଅଭିଯୋଗ କଲ୍ ଆସିଛି ।

Get real time updates directly on you device, subscribe now.