fbpx

(Video) ପରମାଣୁ ମାଡ଼ରେ ଚାଲିଗଲା ୮୦ ହଜାରରୁ ଅଧିକ ଜୀବନ: ଆଜି ବି ମନେ ପଡ଼େ ଇତିହାସର କଳା ଅଧ୍ୟାୟ

୧୯୪୫ ମସିହା ଅଗଷ୍ଟ -୯ ତାରିଖ ଆଜିର ଦିନରେ ଫ୍ୟାଟ୍ ମ୍ୟାନ୍ ନାମକ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଥିଲା ଜାପାନର ନାଗାସାକି ସହରରେ । ଇତିହାସ ପୃଷ୍ଠାରେ ମଧ୍ୟ ଏହି ଦିନଟି କଳା ଅକ୍ଷରରେ ନାଗାସାକି ଦିବସ ଭାବେ ଲିପିବଦ୍ଧ ହୋଇରହିଛି । ଆମେରିକା ଦ୍ୱାରା ଅଗଷ୍ଟ- ୯ ତାରିଖରେ ଦକ୍ଷିଣ ଜାପାନର ନାଗାସାକି ସହରରେ ୧୧ ଟା ରେ ୬.୪ କିଲୋର ଫ୍ୟାଟ୍ ମ୍ୟାନ୍ ନାମକ ପରମାଣୁ ବୋମା ପଡିଥିଲା । ବି -୨୯ ବୋମାବର୍ଷୀ ବିମାନରୁ ଏହି ପରମାଣୁ ବୋମା ପକାଯାଇଥିଲା । ବାସ୍ ତା ପରେ ନାଗାସାକି ସହରରୁ ଉଠିଥିଲା ଖାଲି ଧୂଆଁ ହିଁ ଧୂଆଁ । ପରମାଣୁ ବୋମା ପଡିବାର ଗୋଟିଏ କିଲୋମିଟର ଭିତରେ ସବୁ କିଛି ନିସ୍ତବ୍ଦ ହୋଇଯାଇଥିଲା । ବଡ ବଡ ବିଲ୍ଡିଂ କଂକ୍ରିଟର କଙ୍କାଳ ଭଳି ଛିଡା ହୋଇ ରହିଥିବା ବେଳେ ଆଖି ଆଗରେ ଟଳି ପଡୁଥିଲେ ମଣିଷ । ଲୋକଙ୍କ ମୁହଁରୁ କେବଳ ଗୋଟିଏ ଶଦ୍ଦ ବାହାରୁଥିଲା କେବଳ ପାଣି ହିଁ ପାଣି । ନାଗାସାକି ର ପରମାଣୁ ଆକ୍ରମଣ ହେବାର ୩ ଦିନ ପୂର୍ବରୁ ହିରୋସିମାରେ ଆମେରିକା ରଚିଥିଲା ମୃତ୍ୟୁର ତାଣ୍ଡବ । ନାଗାସାକି ଠାରୁ ଆହୁରି ଭୟଙ୍କର ଓ ହୃଦୟ ବିଦାରକ ଥିଲା ହିରୋସିମା ପରମାଣୁ ଆକ୍ରମଣର କାହାଣୀ ।

୧୯୪୫ ମସିହା ଅଗଷ୍ଟ ୬ ରାତି ୮ ଟାରେ ଆମେରିକା ଜାପାନ ଉପରେ ପରମାଣୁ ବୋମା ପକାଇଥିଲା । ହିରୋସିମା ରେ ପରମାଣୁ ବୋମା ପଡିଲା ପରେ ସେଠାରେ ସାଙ୍ଗେ ସାଙ୍ଗେ ସେହି ମୂୁହୂର୍ତରେ ୩୦ ପ୍ରତିଶତ ଲୋକ ପ୍ରାଣ ତ୍ୟାଗ କରିଥିଲେ । ଜାପାନ ର ହିରୋସିମାରେ ଯେଉଁ ପରମାଣୁ ବୋମା ପକାଯାଇଥିଲା ତାର ନାଁ ଥିଲା ଲିଟିଲ୍ ବୟ । କିନ୍ତୁ ଏହାର ପରିଣାମ ତା ନାଁର ପୁରା ବୀପରୀତ ହୋଇଥିଲା । ପଡିବା ମାତ୍ରକେ ବିନାଶ ସୃଷ୍ଟି କରିଥିଲା ଲିଟିଲ୍ ବୟ । ଲିଟିଲ୍ ବୟ ର ଓଜନ ପାଖାପାଖି ୫ ହଜାର କିଲୋଗ୍ରାମ ଥିଲା । ଯେଉଁ ସମୟରେ ଏହି ବୋମା ଆକ୍ରମଣ ହୋଇଥିଲା ସେହି ସମୟରେ ହିରୋସିମାର ଜନସଂଖ୍ୟା ୩ ଲକ୍ଷ ୫୦ ହଜାର ଥିଲା । ତେବେ ଲିଟିଲ୍ ବୟ ବିସ୍ଫୋରଣ ହେବା ସହ କ୍ଷଣିକରେ ୩୦ ପ୍ରତିଶତ ଲୋକ ପ୍ରାଣ ହରାଇଥିଲେ । ସବୁଠାରୁ ପରମାଣୁ ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥବା ଲୋକଙ୍କ ଚିକିତ୍ସା କରିବା ପାଇଁ ସହରରେ ଡାକ୍ତର ମଧ୍ୟ ନଥିଲେ । କାରଣ ପରମାଣୁ ଆକ୍ରମଣରେ ସେଠାକାର ୯୦ ପ୍ରତିଶତ ଡାକ୍ତର ପ୍ରାଣ ତ୍ୟାଗ କରିସାରିଥିଲେ । ବୋମା ପଡିବା ପରେ ସେଠିକାର ତାପମାତ୍ରା ୩୯୦୦ ଡିଗ୍ରୀ ହୋଇଯାଇଥିଲା ।

ହିରୋସିମା ପରେ ନାଗାସାକିରେ ଅଗଷ୍ଟ-୯ ତାରିଖରେ ଆମେରିକା ପୁଣି ଥରେ ବୋମା ପକାଇଥିଲା । ଏହି ଆକ୍ରମଣରେ ପ୍ରାୟ ୮୦ ହଜାର ଲୋକେ ପ୍ରାଣ ତ୍ୟାଗ କରିଥିଲେ । ଆଜି ଆମେରିକାର ଏହି ଭୟଙ୍କର ଏହି ପରମାଣୁ ଆକ୍ରମଣକୁ ୭୭ ବର୍ଷ ପୂରଣ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ଏହି ସ୍ଥାନରେ ମଣିଷତ ଦୂରର କଥା ଗୋଟିଏ ଦୁବ ମଧ୍ୟ ଠିକ ଭାବରେ ଉଠି ପାରୁନାହିଁ । ସବୁ ପିଲା ଜନ୍ମରୁ ହିଁ କିଛି ନା କିଛି ଶାରୀରିକ ସମସ୍ୟା ସହ ଜନ୍ମଲାଭ କରୁଛନ୍ତି ।

Get real time updates directly on you device, subscribe now.