ଠାବ ହେଲା ACSOଙ୍କ ୬ କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତି: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ କରିଥିଲା ଭିଜିଲାନ୍ସ

ନୂଆପଡ଼ା: ଯୋଗାଣ ଅଧିକାରୀଙ୍କ ଠାବ ହେଲା ୬ କୋଟିରୁ ଅଧିକ ସମ୍ପତ୍ତି । ଏସିଏଓ ରତ୍ନାକର ସେଠୀଙ୍କ ୬ କୋଟି ୭୩ ଲକ୍ଷର ସମ୍ପତ୍ତି ଠାବ । କଟକ ଚାଉଳିଆଗଞ୍ଜରେ ୩ ମହଲା କୋଠା ଯାହାର ମୂଲ୍ୟ ୨ କୋଟି ୧୨ ଲକ୍ଷ । କଟକ ବାଲିସାହିରେ ୩ ମହଲା ମଣ୍ଡପ, ୨ ମହଲା କୋଠା ଠାବ ହୋଇଛି । ଆହୁରି ମଧ୍ୟ ୧ କୋଟି ୧୭ ଲକ୍ଷର ବୀମା, ୩ ଏକରର ଫାର୍ମ ହାଉସ ଠାବ ହୋଇଛି । ୪୯୮ ଗ୍ରାମର ସୁନା ଅଢ଼େଇ କେଜିର ରୁପା ଗହଣା ମଧ୍ୟ ଜବତ ହୋଇଛି ।

ସୂଚନାଯୋଗ୍ୟ, ବୁଧବାର ନୂଆପଡ଼ା ଅତିରିକ୍ତ ସହକାରୀ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଓ ନୂଆପଡ଼ା ସମେତ ୬ ଟି ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।