fbpx

ଡେଙ୍ଗୁରେ ସଂକ୍ରମିତ ହେଲେଣି ୧୭ହଜାରରୁ ଅଧିକ, ୭ ମୃତ

ନୂଆଦିଲ୍ଲୀ: କରୋନା ପରେ ଡେଙ୍ଗୁ ବିଭିନ୍ନ ସ୍ଥାନରେ ଆତଙ୍କ ଖେଳାଇଛି । ଶ୍ରୀଲଙ୍କାରେ ଡେଙ୍ଗୁ କାରଣରୁ ୭ଜଣ ପ୍ରାଣ ହରାଇଛନ୍ତି । ଏଥିସହିତ ସଂକ୍ରମିତଙ୍କ ସଂଖ୍ୟା ୧୭ହଜାରରେ ପହଞ୍ଚିଛି । ଏନେଇ ଦେଶର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନିକଟରେ ଡେଙ୍ଗୁର ୩୦୦ରୁ ଅଧିକ ମାମଲା ସାମନାକୁ ଆସିଥିଲା । ସେଥିରୁ ୯୦ରୁ ଅଧିକ କେବଳ କଲୋମ୍ବୋରୁ ଚିହ୍ନଟ ହୋଇଥିଲା ।

ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, ମଶା ମାନଙ୍କ ବଂଶରେ ବୃଦ୍ଧି ଘଟିଛି । ବିଶେଷ କରି ସହରାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳ ଗୁଡ଼ିକରେ ଆଗାମୀ ଦିନରେ ମଶାମାନଙ୍କ ବୃଦ୍ଧି ଏକ ବଡ଼ ବିପଦ ହୋଇ ଠିଆ ହେବ । ଏଥିସହ ଡେଙ୍ଗୁ ସଂକ୍ରମଣ ଆହୁରି ବୃଦ୍ଧି ପାଇବ । ତେଣୁ ଏଥିରେ ରୋକ୍ ଲଗାଇପାଇଁ ବିଶେଷ ଧ୍ୟାନ ଦିଆଯିବା ଆବଶ୍ୟକ ରହିଛି । କାରଣ ବର୍ତ୍ତମାନ ବର୍ଷା ଋତୁ ଜାରି ରହିଥିବାରୁ ମଶା ମାନଙ୍କ ଦ୍ୱାରା ବ୍ୟାପୁଥିବା ସଂକ୍ରାମକ ରୋଗ ଆହୁରି ପ୍ରସାର ହେବାରେ ଲାଗିବ ।

ସରକାରୀ ଆକଳନ ଅନୁଯାୟୀ, ଏପ୍ରିଲରେ ସର୍ବାଧିକ ୧,୮୬୦ ଜଣ ଡେଙ୍ଗରେ ସଂକ୍ରମିତ ହୋଇଥିଲେ । ଡେଙ୍ଗୁ ରୋଗର ଅନ୍ୟ ଲକ୍ଷଣ ମଧ୍ୟରେ ଉଚ୍ଚ ଜ୍ୱର, ଅନିୟନ୍ତ୍ରିତ ବାନ୍ତି, ପେଟ ଯନ୍ତ୍ରଣା କିମ୍ବା ମୁଣ୍ଡ ବୁଲାଇବା କ୍ଷେତ୍ରରେ ତୁରନ୍ତ ଡାକ୍ତରୀ ଚିକିତ୍ସା କରିବାକୁ ବିଶେଷଜ୍ଞମାନେ ଅନୁରୋଧ କରିଛନ୍ତି।

Get real time updates directly on you device, subscribe now.