fbpx

ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ; କାଲି ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତା କାଲି ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ଖୋଲା ପହିବ ସ୍କୁଲ ।  ଖରା, ଗୁଳୁଗୁଳିକୁ ଦେଖି ଆଉ ଦିନକ ପାଇଁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସକାଳୁଆ ପାଠ ପଠାଯିବ । ୨୨ ତାରିଖ ଠାରୁ ସମସ୍ତ ସ୍କୁଲ ସ୍ବାଭାବିକ ଭାବେ ପରିଚାଳନା କରାଯିବା ନେଇ ସୂଚନା ।

ସେପଟେ ପ୍ରବଳ ଗରମ ଯୋଗୁଁ ନରସିଂହପୁରରେ ବିଦ୍ୟାଳୟରେ ପଢୁଥିବା ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଅନନ୍ତ ନାରାୟଣ ହାଇସ୍କୁଲର ଛାତ୍ରୀ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଖାଇ ସାରିବା ପରେ ଛାତ୍ରୀ ଜଣକ ଅସୁସ୍ଥ ହୋଇପଡିଥିଲେ। ଗୁରୁତର ଛାତ୍ରୀଙ୍କୁ ଅମ୍ବୁଲାନ୍ସ ଯୋଗେ ନରସିଂହପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

ସ୍କୁଲ ଖୋଲିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି ଯେ, ପାଣିପାଗ ଦେଖି ଜିଲ୍ଲାପଳ ନିଷ୍ପତ୍ତି ନେଇପାରିବେ । ଜିଲ୍ଲାପାଳମାନଙ୍କୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ସ୍କୁଲ କେମିତି ଖୋଲିବ ସେ ନେଇ ନିଷ୍ପତ୍ତି ନିଆଯିବ । ବିଭାଗୀୟ ଅଧିକାରୀଙ୍କ ସହ ଅଲୋଚନା ପରେ ନିଷ୍ପତ୍ତି ନିଆଯିବ ।

 

 

Get real time updates directly on you device, subscribe now.