fbpx

ସକାଳୁ ଉଠିବା ପରେ ଦେଖନ୍ତୁ ନାହିଁ ଏହିସବୁ ଜିନିଷ; ନଚେତ୍ ଖରାପରେ କଟିବ ଆପଣଙ୍କ ପୁରା ଦିନ

Advertisement

ଧାର୍ମିକ ଶାସ୍ତ୍ର ଠାରୁ ଆରମ୍ଭ କରି ବାସ୍ତୁ ଶାସ୍ତ୍ର ପର୍ଯ୍ୟନ୍ତ ଆଦି ଅନେକ ଶାସ୍ତ୍ରରେ ସକାଳକୁ ନେଇ ଅନେକ କିଛି କଥା ଏବଂ ନିୟମ ଲେଖା ଯାଇଛି । ଯାହାକି ଜଣେବ୍ୟକ୍ତିର ସମ୍ପୀର୍ଣ୍ଣ ଦିନ ଉପରେ ପ୍ରଭାବ ପକାଇଥାଏ । ତେବେ ଜଣେବ୍ୟକ୍ତି ଯଦି ଏହି ଶାସ୍ତ୍ରରେ ଥିବା ନିୟମଗୁଡିକୁ ଅନୁସାରଣ କରେ ତେବେ ତାର ଦିନ ଭଲରେ ଅତିବାହିତ ହୋଇଥାଏ ଏବଂ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ । ବାସ୍ତୁ ଶାସ୍ତ୍ରରେ ଏପରି କିଛି ଜିନିଷ ବିଶୟରେ କୁହାଯାଇଛି, ଯାହାକୁ ସକାଳୁ ଦେଖିବା ଆଦୌ ଶୁଭ ଦାୟକ ହୋଇ ନଥାଏ । ଫଳରେ ବ୍ୟକ୍ତି ଯଦି ସେହି ଜିନିଷ ସବୁ ଦେଖେ ତେବେ ତାର ପୁରା ଦିନ ଖରାପ ହେବାର ସମ୍ଭାବନା ରହିଥାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ନିୟମ ବିଷୟରେ…

ସକାଳୁ କେବେ ବି ଦେଖନ୍ତୁ ନାହିଁ ଏହି ଜିନିଷ:

ସକାଳେ ଉଠିବା ପରେ କିଛି ଜିନିଷ ଦେଖିବା ଶୁଭଙ୍କର ହୋଇ ନଥାଏ । ସେହଗି ଜିନିଷ ଦେଖିବା ଦ୍ୱାରା ସାରା ଦିନ ନକରାତ୍ମକତା ଏବଂ ବିଫଳତାରେ ବିତିଥାଏ । ଏତତ୍ ବ୍ୟତୀତ ଏହାକୁ ଥିବାକାମ ମଧ୍ୟ ହୋଇପାରି ନଥାଏ । ଯାହାଫଳରେ ସେହି ବ୍ୟକ୍ତି ଅନେକ କିଛି କ୍ଷତି ମଧ୍ୟ ସହିବାକୁ ପଡେ । ତେଣୁ ସକାଳୁ ଉଠିବା ପରେ ଏହିସବୁ ଜିନିଷ ଦେଖିବାକୁ ବାରଣ କରାଯାଇଥାଏ ।

ହିଂସ୍ର ଫଟୋ: ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରେ କୌଣସି ହିଂସ୍ର ଜନ୍ତୁ କିମ୍ବା ସେମାନଙ୍କ ଫଟୋ ଦେଖିବା ଶୁଭ ହୋଇନଥାଏ । ସେହିପରି କୌଣସି ହିଂସାତ୍ମକ ଘଟଣା ଦେଖିବା ମଧ୍ୟ ଉଚିତ୍ ନୁହେଁ । କାରଣ ଏହା ମନରେ ନକରାତ୍ମକ ଭାବନାକୁ ଜାଗ୍ରତ କରିଥାଏ । ଫଳରେ ଆପଣ ସାରା ଦିନ ଚିଡି ଚିଡି ହୋଇଥାନ୍ତି । ତେଣୁ ସକାଳୁ କୌଣସି ହିଂସ୍ର ଜନ୍ତୁର ଫଟୋ ଦେଖନ୍ତୁ ନାହିଁ । ଏଥିସହିତ ଘରର ଶୋଇବା କକ୍ଷରେ ମଧ୍ୟ ହୋକୁ ଲଗାନ୍ତୁ ନାହିଁ ।

ଛାୟା: ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରେ ଅନ୍ୟର ଛାଇ ଦେଖିବା ଅଶୁଭ ହୋଇଥାଏ । ଖାସକରି ପଶ୍ଚିମ ଦିଗରେ ସେହି ଛାଇ ଦେଖିବା ଅତ୍ୟନ୍ତ ଖରାପ ହୋଇଥାଏ । ଯେତେବେଳେ କୌଣସି ବ୍ୟକ୍ତି ସହ ଏପରି ଘଟେ ତାର ସାରା ଦିନ ପୁରା ଖରାପ ହୋଇଥାଏ । ଏଥିସହିତ ହେବାକୁ ଥିବା କାମ ମଧ୍ୟ ବିଗିଡି ଯଯାଇଥାଏ । ତେଣୁ ସକାଳୁ ଉଠିବା ମାତ୍ରେ ଛାଇ ଦେଖିବା ଉଚିତ୍ ନୁହେଁ ।

ଅଇଁଠା ବାସନ: ଧାର୍ମିକ ଶାସ୍ତ୍ରରେ କୁହାଯାଇଛି ଯେ ବାସନକୁସନ ସବୁବେଳେ ରାତିରେ ସଫା ରଖିବା ଉଚିତ୍। ସକାଳୁ ଉଠିବା ମାତ୍ରେ ଅଇଁଠା ବାସନ କେବେବି ଦେଖିବା ଉଚିତ୍ ନୁହେଁ । କାରଣ ଏହା ମନରେ ନରକାତ୍ମକ ଭାବନା ସୃଷ୍ଟି କତେ । ଏତ୍ତ ବ୍ୟତୀତ ରାତିରେ ଅଇଁଠା ବାସନ ରଖିବା ଦ୍ୱାରା ମା ଲକ୍ଷ୍ମୀ ଏବଂ ମା ଅନ୍ନପୂର୍ଣ୍ଣା କ୍ରୋଧିତ ହୁଅନ୍ତି ଏବଂ ଏହା ଘରେ ଦାରିଦ୍ର୍ୟ ଆଣିଥାଏ । ତେଣୁ ରାତିରେ କେବେ ବି ଅଇଁଠା ବାସନ ରଖନ୍ତୁ ନାହିଁ ।

Get real time updates directly on you device, subscribe now.