fbpx

ସାଇବର ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ, ଫେବୃଆରୀ ୨୦୨୩ ସୁଦ୍ଧା ସମ୍ପୂର୍ଣ୍ଣ ଡିଜିଟାଲ୍ ହେବ ସରକାରୀ କାର୍ଯ୍ୟାଳୟ

ନୂଆଦିଲ୍ଲୀ: ସାଇବର ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଫେବୃଆରୀ ୨୦୨୩ ଶେଷ ସୁଦ୍ଧା ସମସ୍ତ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ଡିଜିଟାଲ କରିବେ କେନ୍ଦ୍ର ସରକାର । ନିକଟରେ ଦିଲ୍ଲୀ ଏମ୍ସ ଉପରେ ସାଇବର ଏବଂ ରେନ୍ସୱେୟାର ଆକ୍ରମଣ ଭଳି କୌଣସି ସାଇବର ନିରାପତ୍ତା ଘଟଣାକୁ ଏଡାଇବା ପାଇଁ ଅନେକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଫେବୃଆରୀ ୨୦୨୩ ସୁଦ୍ଧା ଇ-ଅଫିସ୍ ୭.୦ କୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର କ୍ୟାବିନେଟ୍ ସଚିବ ସମସ୍ତ କେନ୍ଦ୍ର ମନ୍ତ୍ରଳାୟ ଏବଂ ବିଭାଗକୁ ନିର୍ଦେଶ ଦେଇଛନ୍ତି ।

ଏହି ‘ଇ-ଅଫିସ୍ ୭.୦’ ଜାତୀୟ ସୂଚନା କେନ୍ଦ୍ର (ଏନଆଇସି) ଦ୍ୱାରା ବିକଶିତ ଏକ ଇନ୍‌-ହାଉସ୍ ସିଷ୍ଟମ୍ ଅଟେ । ଅଗଷ୍ଟରେ ପ୍ରକାଶିତ କମ୍ପ୍ୟୁଟର ଜରୁରୀକାଳୀନ ରେସପନ୍ସ ସିଷ୍ଟମ (ସିଇଆରଟି-ଇନ୍‌) ର ଅର୍ଦ୍ଧ ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ ୨୦୨୨ ମସିହାରେ ରେନ୍ସମୱେର୍ ଘଟଣା ବଢିବାରେ ଲାଗିଛି, ଜଟିଳ ଭିତ୍ତିଭୂମି ସମେତ ଏକାଧିକ କ୍ଷେତ୍ର ଉପରେ ସାଇବର ଆକ୍ରମଣ ମଧ୍ୟ ବଢିଛି ।

କରୋନା ପରବର୍ତ୍ତିତ ସମୟରେ ତ୍ୱରିତ ଡିଜିଟାଲାଇଜେସନ୍ ଏବଂ ହାଇବ୍ରିଡ୍ କାର୍ଯ୍ୟ ସଂସ୍କୃତି ମଧ୍ୟ ଏହି ବିପଦ ସୃଷ୍ଟି କରିବାରେ ସାହାଯ୍ୟ କରୁଛି । ଯାହା ପୂର୍ବ ବର୍ଷ ତୁଳନାରେ ୨୦୨୨ ର ପ୍ରଥମାର୍ଦ୍ଧରେ ରେନ୍ସୱେୟାର ଆକ୍ରମଣ ୫୧% କୁ ବୃଦ୍ଧି ପାଇଛି ବୋଲି ଏହି ରିପୋର୍ଟରୁ ଜଣା ପଡିଛି ।

ସୂଚନାଯୋଗ୍ୟ ଇ-ଅଫିସ ୭.୯ ଦୁଇଟି ପର୍ଯ୍ୟାୟ ପ୍ରାମାଣିକିକରଣ ସହିତ ପ୍ରବେଶ ପାଂ ଅନୁମତି ଦେଇଥାଏ । ଏହା ସହିତ ଇଣ୍ଟରନେଟରେ ମଧ୍ୟ ଏହା ଉପଲବ୍ଧ ନାହିଁ । ଏଥିରେ ଡିଜିଟାଲ ସ୍ୱାକ୍ଷରତା ପ୍ରମାଣପତ୍ର ଏବଂ ଇ-ଦସ୍ତଖତ ସହିତ ଡକ୍ୟୁମେଣ୍ଟ ଗୁଡ଼ିକର ପ୍ରାମାଣିକତାର ବାଧ୍ୟତାମୂଳକ ବୈଶିଷ୍ଟ୍ୟ ରହିଛି ବୋଲି କ୍ୟାବିଟେନ୍ ସଚିବ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୭୩ ମନ୍ତ୍ରଳାୟ ଏବଂ ବିଭାଗ ଇ-ଅଫିସ ୭.୦କୁ ସ୍ଥାନାନ୍ତର ହୋଇଛି ।

ଅତିକମରେ ପ୍ରାୟ ୧୩ଟି କାର୍ଯତାଳୟ ରହିଛି ଯାହା ଅପଡେଟ୍ ସିଷ୍ଟମ୍‌କୁ ସ୍ଥାନାନ୍ତର ହୋଇନାହିଁ । ଯେଉଁଥିରେ କମ୍ପଣ୍ଟ୍ରୋଲର୍ ଏବଂ ଅଡିଟର ଜେନେରାଲ୍‌, ଭାରତର ନିର୍ବାଚନ ଆୟୋଗ, ବାଣିଜ୍ୟ ବିଭାଗ, ସହଯୋଗ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର, ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି, ସଂସଦୀୟ ବ୍ୟାପାର, ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ , ଶକ୍ତି, ପରିବହନ ଏବଂ ରାଜପଥ, ବସ୍ତ୍ର ଏବଂ ଆଦିବାସୀ ବ୍ୟାପାର ରହିଛି ।

Get real time updates directly on you device, subscribe now.