fbpx

କ୍ରିକେଟ ଇତିହାସର ସବୁଠୁ ମହଙ୍ଗା ବ୍ୟାଟ, ଦାମ ଶୁଣିଲେ ଉଡ଼ିଯିବ ହୋସ୍, ମହେନ୍ଦ୍ର ସିଂହ ଧୋନୀ ଏହାର ମାଲିକ

ନୂଆଦିଲ୍ଲୀ: ମେହନ୍ଦ୍ର ସିଂହ ଧୋନୀ ନିଜର ଇଣ୍ଟରନ୍ୟାସନାଲ କ୍ରିକେଟ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି । କ୍ରିକେଟ ଇତିହାସରେ ନିଜ ନାମରେ ସେ ଅନେକ ରେକର୍ଡ କରିଛନ୍ତି । ନିଜର ଚମକ୍ରାର ବ୍ୟାଟିଂ ଜରିଆରେ ସେ ଅନେକ ଥର ଭାରତକୁ ଜିତାଇଛନ୍ତି । ହେଲେ ଏହି ସବୁ ରେକର୍ଡ ମଧ୍ୟରେ ସେ ଏମିତି ଏକ ରେକର୍ଡ ରହିଛି ଯାହା ବିଷୟରେ ହୁଏତ ବହୁତ କମ୍ ଜାଣିଥିବେ ।

ଏମିତିରେ ମହେନ୍ଦ୍ର ସିଂ ଧୋନୀ ସବୁ ବ୍ୟାଟରେ ଲମ୍ବା ଲମ୍ବା ଛକା ମାରିବାରେ ପାରଙ୍ଗମ, ଯେଉଁ ବ୍ୟାଟରେ ସେ ୨୦୧୧ ୱାର୍ଲ୍ଡ କପ୍ ଫାଇନାଲରେ ଛକା ମାରି ଟିମକୁ ଜିତାଇଥିଲେ ସେ ବ୍ୟାଟ କ୍ରିକେଟ ଇତିହାସର ସବୁଠୁ ମହଙ୍ଗା ବ୍ୟାଟ ଥିଲା ।

ରିପୋର୍ଟ ଅନୁଯାୟୀ ଏମ ଏସ ଧୋନୀଙ୍କର ଏହି ବ୍ୟାଟକୁ ଗ୍ଲୋବାଲ ସେୟାର ସିକ୍ୟୁରିଟି ଲିମିଟେଡ଼ ନାମକ କମ୍ପାନୀ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କାରେ ଏହି ବ୍ୟାଟକୁ କିଣିଥିଲା । ୨୦୧୧ ୱାର୍ଲ୍ଡ କପ୍ ଫାଇନାଲରେ ଧୋନୀ ଏହି ବ୍ୟାଟରେ ବ୍ୟାଟିଂ କରିଥିଲେ । ଯାହା ଗିନିଜ୍ ୱାର୍ଲ୍ଡ ଅଫ୍ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି ।

Get real time updates directly on you device, subscribe now.