fbpx
BSKY
BJD YOUTH SKY
BJD MS SKY

ଜୋକୋଭିଚଙ୍କୁ  ଷଷ୍ଠ ୱିମ୍ବଲଡନ୍ ଟାଇଟଲ୍: ନାଡାଲ ଓ ଫେଡେରରଙ୍କ ସମକକ୍ଷ

ଲଣ୍ଡନ: ବିଶ୍ୱ ମାନ୍ୟତାରେ ଏକ ନମ୍ବର ସ୍ଥାନରେ ରହିଥିବା ସର୍ବିଆର ନୋଭାକ୍ ଜୋକୋଭିଚ୍ ଷଷ୍ଠ ୱିମ୍ବଲଡନ୍ ଟାଇଟଲ ହାସଲ କରିଛନ୍ତି । ଏହା ସହିତ କ୍ୟାରିୟରର ୨୦ତମ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଳ କରିବା ସହିତ ରୋଜର ଫେଡେରର ଏବଂ ରାଫେଲ ନାଡାଲଙ୍କ ସମକକ୍ଷ ହୋଇଛନ୍ତି ଜୋକୋଭିଚ୍ । ରବିବାର ଅନୁଷ୍ଠିତ ଫାଇନାଲରେ ଇଟାଲୀର ମାଟ୍ଟେଓ ବେରେଟ୍ଟିନୀଙ୍କୁ ୪ ସେଟ୍ ବିଶିଷ୍ଟ ମୁକାବିଲାରେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି । ସେଣ୍ଟର କୋର୍ଟରେ ଖେଳାଯାଇଥିବା ମୁକାବିଲାକୁ ଜୋକୋଭିଚ୍ ୬-୭(୪), ୬-୪, ୬-୪ ଓ ୬-୪ରେ ଜିତି ନେଇଥିଲେ ।
ପ୍ରଥମ ସେଟ୍ ମୁକାବିଲାକୁ ଜିତିବା ପାଇଁ ଉଭୟ ଖେଳାଳି କଡା ସଂଘର୍ଷ କରିଥିଲେ । ବେରେଟ୍ଟିନୀ ପ୍ରଥମ ସେଟ୍କୁ ଟାଇବ୍ରେକରରେ ଜିତିବା ପରେ ସର୍ବିଆର ଜୋକୋଭିଚ୍ ପରବର୍ତ୍ତୀ ୩ ସେଟକୁ ଜିତି ନେଇଥିଲେ । ଏହା ସହିତ ରଡ ଲାଭେରଙ୍କ ପରେ ଓପନ ଏରାର ପ୍ରଥମ ଖେଳାଳି ଭାବରେ ଗୋଟିଏ ବର୍ଷର ପ୍ରଥମ ୩ ଗ୍ରାଣ୍ଡସ୍ଲାମ ବିଜୟୀ ହୋଇଛନ୍ତି । ଚଳିତ ବର୍ଷର ଅନ୍ତିମ ଗ୍ରାଣ୍ଡସ୍ଲାମ ବିଜୟୀ ହେଲେ ଓପନ ଏରାର ଏକମାତ୍ର ଖେଳାଳି ଭାବରେ ୪ଟି ଯାକ ଗ୍ରାଣ୍ଡସ୍ଲାମ ହାସଲର କୃତିତ୍ୱ ହାସଲ କରିବେ ଜୋକୋଭିଚ୍ ।

Get real time updates directly on you device, subscribe now.