fbpx

ଏମିତି ଏକ ଟ୍ରେନ, ଯାହାର ଭଡା ଯେମିତି, ସୁବିଧା ସୁଯୋଗ ବି ସେମିତି

ଓଡିଶା ଭାସ୍କର: ପାସେଞ୍ଜର ଟ୍ରେନଠୁ ଆରମ୍ଭ କରି ଲଗ୍ଜୁରୀଅସ ଟ୍ରେନରେ ପ୍ରାୟ ସମସ୍ତେ ଯାତ୍ରା କରିଥିବା । ଟ୍ରେନ ଯାତ୍ରାର ଖର୍ଚ୍ଚ ମଧ୍ୟ ସମସ୍ତଙ୍କୁ ଅଳ୍ପ ବହୁତେ ଜଣା । ହେଲେ ଏମିତି ଏକ ଟ୍ରେନ ଯାତ୍ରାର ଖର୍ଚ୍ଚ ବିଷୟରେ ଆମେ ଆପଣଙ୍କୁ କହିବୁ, ଯାହାର ଗୋଟିଏ ଦିନର ଭଡା ଆପଣଙ୍କ ହୋଶ ଉଡାଇ ଦେବ । ଆଉ ଏହି ଟ୍ରେନ ଚାଇନା, ଜାପାନ, ସିଙ୍ଗାପୁର ପରି ଦେଶରେ ଚାଲୁନାହିଁ । ଚାଲୁଛି ଆମ ଦେଶରେ । ଏହା ଏସିଆର ସବୁଠାରୁ ମହଙ୍ଗା ଟ୍ରେନ । ଏହି ଟ୍ରେନର ବ୍ୟବସ୍ଥା କୌଣସି ରାଜା ମହାରାଜାଙ୍କ ରାଜଭବନର ଖାତିରଦାରିଠାରୁ କୌଣସି ଗୁଣରେ କମ ନୁହେଁ ।
ଏହି ଟ୍ରେନକୁ ମଧ୍ୟ ମହାରାଜା ଟ୍ରେନ କୁହାଯାଏ । ମହାରାଜା ଟ୍ରେନ ଏସିଆର ସବୁଠାରୁ ମହଙ୍ଗା ଟ୍ରେନ ଟିକେଟର ମାନ୍ୟତା ହାସଲ କରିଛି । ଏଥିରେ ଯାତ୍ରା କରିବା କୌଣସି ସ୍ୱପ୍ନଠୁ କମ ନୁହେଁ । ରାଜା ରାଜୁଡାଙ୍କୁ ଯେମିତି ବ୍ୟବହାର ମିଳିଥାଏ, ଏଥିରେ ସେମିତି ସେବା ଯୋଗା ଯାଇଥାଏ । ମହାରାଜା ଟ୍ରେନର ଯାତ୍ରୀଙ୍କୁ ସୁନା, ରୂପାର ବାସନରେ ଖାଦୟ ପରସା ଯାଏ । ଏଥିସହ, ଏଥିରେ ସବୁ ପ୍ରକାରର ଭାରତୀୟ ସଂସ୍କୃତିର ଝଲକ ମିଳିଥାଏ ।
ମହାରାଜା ଏକ୍ସପ୍ରେସରେ ବହୁ ଅତ୍ୟାଧୁନିକ ଓ ଉନ୍ନତମାନର ସୁବିଧା ଯୋଗାଯାଇଥାଏ । ଏଥିରେ ଥିବା ପ୍ରେସିଡେଣ୍ଟିଆସ ସୁଟ ସବୁଠାରୁ ମନୋରମ ଓ ନିଆରା । ଏଥିରେ ଯାତ୍ରୀଙ୍କ ପାଇଁ ଭଜନର ବ୍ୟବସ୍ଥା ରହିଛି । ଏହି ଭୋଜନ ଦେଶର ବିଭିନ୍ନ ପ୍ରାନ୍ତରର ରାଜା, ମହାରାଜାଙ୍କ ରୋଷଘରେ ହେଉଥିବା ସବୁଠାରୁ ସୁସ୍ୱାଦୁ ଭୋଜନ ପରି । ଭୋଜନ ପରସା ଯିବା ସମୟରେ ଯାତ୍ରୀଙ୍କୁ ସେମିତି ବିଶେଷ ରାଜକୀୟ ସମ୍ବର୍ଦ୍ଧନା ଦିଆଯାଇଥାଏ ।
ମହାରାଜା ଏକ୍ସପ୍ରେସ ଖାଲି ଭାରତରେ ନୁହେଁ, ଏସିଆରେ ସବୁଠାରୁ ମହଙ୍ଗା ଓ ରାଜକୀୟ ଟ୍ରେନ । ଏଥିରେ ଯାତ୍ରୀଙ୍କ ଫାଇପ ଷ୍ଟାର ହୋଟେଲର ଆତିଥ୍ୟ ଦିଆଯାଇଥାଏ । ଏଥିପାଇଁ ଯାତ୍ରୀଙ୍କୁ ଲକ୍ଷାଧିକ ଟଙ୍କା ଦେବାକୁ ହୋଇଥାଏ । ଟ୍ରେନର ଭଡା ହେଉଛି ୨୦ ଲକ୍ଷ ଟଙ୍କା । ଏତିକି ଟଙ୍କାରେ ଆପଣ ଦିଲ୍ଲୀ ଏନସିଆରରେ ଏକ ଘର ମଧ୍ୟ କିଣିପାରିବେ ।
ଏହି ଟ୍ରେନର ଯାତ୍ରା ଏକ ସପ୍ତାହ ପାଇଁ । ଏଥିରେ ଦେଶର ସବୁ ପ୍ରମୁଖ ଦର୍ଶନୀୟ ସ୍ଥାନର ମଜା ନେବାର ସୁବିଧା ମିଳିଥାଏ । ଏହା ଆଇଟିଆରସିଟିସି ଦ୍ୱାରା ପରିଚାଳିତ ଟ୍ରେନ ।

Get real time updates directly on you device, subscribe now.