fbpx

୨୦୧୪ ପରଠୁ କଂଗ୍ରେସ ଓ ବିଏସପି ଛାଡିଛନ୍ତି ସବୁଠୁ ଅଧିକ ନେତା, ଦଳ ବଦଳକାରୀଙ୍କ ଠିକଣା ପାଲଟିଛି ବିଜେପି : ଏଡିଆର

ନୂଆଦିଲ୍ଲୀ : ନିର୍ବାଚନ ପ୍ରକ୍ରିୟା ଉପରେ ନଜର ରଖୁଥିବା ଏବଂ ଏଥିରେ ସୁଧାରର ଦାବି କରୁଥିବା ସଂସ୍ଥା ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମ(ଏଡିଆର) ଗୁରୁବାର ଏକ ରିପୋର୍ଟ ଜାରି କରିଛି । ଏଡିଆରର ରିପୋର୍ଟ ଅନୁଯାୟୀ, ୨୦୧୪ ରୁ ୨୦୨୧ ମଧ୍ୟରେ କଂଂଗ୍ରେସ ପାର୍ଟିରୁ ସର୍ବାଧିକ ବିଧାୟକ ଏବଂ ସାଂସଦ ନିର୍ବାଚନ ଲଢିବା ପୂର୍ବରୁ ଦଳ ଛାଡିଛନ୍ତି । ଏହା ପରେ ନମ୍ବର ଆସୁଛି ବହୁଜନ ସମାଜ ପାର୍ଟି(ବିଏସପି)ର । ନିର୍ବାଚନରେ ଏହି ଦୁଇ ପାର୍ଟିର ପ୍ରଦର୍ଶନ ବହୁତ ନୈରାଶ୍ୟଜନକ ରହିଛି ।

ଏଡିଆରକୁ ନେଇ ଟାଇମ୍ସ ନାଓର ଏକ ରିପୋର୍ଟରେ କୁହାଯାଇଛି ଯେ, ୨୦୧୪-୨୦୨୧ ମଧ୍ୟରେ ନିର୍ବାଚନ ସମୟରେ ସବୁଠୁ ଅଧିକ ୨୨୨ ପ୍ରାର୍ଥୀ କଂଗ୍ରେସ ଛାଡି ଅନ୍ୟ ପାର୍ଟିରେ ଯୋଗ ହୋଇଛନ୍ତି । ଏହା ପରେ ୧୫୩ ସଦସ୍ୟ ବିଏସପି ଛାଡି ଅନ୍ୟ ପାର୍ଟିରୁ ନିର୍ବାଚନ ଲଢିଛନ୍ତି । ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ ରହିଛି ଯେ, ୭ ବର୍ଷରେ ପାର୍ଟି ବଦଳାଇଥିବା ୧୧୩୩ ନେତାଙ୍କ ମଧ୍ୟରୁ ସର୍ବାଧିକ ୨୫୩(୨୨ ପ୍ରତିଶତ) ବିଜେପିରେ ସାମିଲ୍ ହୋଇଛନ୍ତି ।

ଏଡିଆର ରିପୋର୍ଟ ମୁତାବକ, ୨୦୧୪ ରୁ ୨୦୨୧ ମଧ୍ୟରେ ସବୁଠୁ ଅଧିକ ୧୭୭ ସାଂସଦ/ବିଧାୟକ କଂଗ୍ରେସ ଛାଡିଛନ୍ତି । ଏହି ସବୁ ନେତା ନିର୍ବାଚନ ସମୟରେ ଦେଶର ସବୁଠୁ ପୁରାନ ଦଳକୁ ଝଟକା ଦେଇ ଅନ୍ୟ ପାର୍ଟିରେ ଯୋଗ ଦେଇଥିଲେ । ଅନ୍ୟପଟେ ୩୩ ସାଂସଦ/ବିଧାୟକ ବିଜେପି ଛାଡି ଅନ୍ୟ ପାର୍ଟିରେ ମିଶିଛନ୍ତି । ପାର୍ଟି ବଦଳାଉଥିବା ନେତାଙ୍କ ସବୁଠୁ ବଡ ଠିକଣା ବିଜେପି ରହିଛି । ଅର୍ଥାତ ଦଳ ଛାଡୁଥିବା ଅଧିକାଂଶ ନେତା ବିଜେପିରେ ମିଶିଛନ୍ତି । ଏହା ପରେ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସର ନମ୍ବର ରହିଛି ।

 

Get real time updates directly on you device, subscribe now.