ଭୁବନେଶ୍ୱର :୬ ।୫(ଓଡିଶା ଭାସ୍କର): ଜମ୍ମୁକାଶ୍ମୀରେ ଆଜି ସୁରକ୍ଷାବଳଙ୍କ ଗୁଳିରେ ପ୍ରାଣ ହରାଇଛି ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ରଆଜ ନାଇକୁ । ପୁଲୱାମାରେ ସୁରକ୍ଷାକର୍ମୀଙ୍କ ସହ ଗୁଳିବିନିମୟରେ ଏହି ଦୁଦ୍ଦାନ୍ତ ହିଜିବୁଲ କମାଣ୍ଡର ମୃତ୍ୟୁବରଣ କରିଛି ।
ଏବେ ଆସନ୍ତୁ ନଜର ପକାଇବା ରିଆଜର ଆତଙ୍କର ପୃଷ୍ଠଭୂମୀ ଉପରେ ।
:ରିଆଜ ଅହମ୍ମଦ ନାଇକୁ ଥିଲା ଜମ୍ମୁକାଶ୍ମୀର ସବୁଠୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ
:ଆତଙ୍କବାଦୀ ସବାଜାର ଭଟ୍ଟର ମୃତ୍ୟୁ ପରେ ସେ ହିଜବୁଲର ନେତୃତ୍ୱ ନେଇଥିଲା
:୨୦୧୨ ଡିସମ୍ବରରେ ହିଜବୁଲରେ ଯୋଗ ଦେଇ ମାତ୍ର ୫ ବର୍ଷରେ ହେଲା କମାଣ୍ଡର
:ମୃତ ଆତଙ୍କବାଦୀର ଶବଶେଭାଯାତ୍ରା ରେ ସାମିଲ ହୋଇ ପାକିସ୍ତାନ ସପକ୍ଷରେ ନାରା ଦେଇଥିଲା ।
:ଆତଙ୍କବାଦୀଙ୍କ ପୋଷ୍ଟରବୟ ବୁରହାନ ୱାନୀର ମୃତ୍ୟୁ ପରେ ସେ ସୁରକ୍ଷା ଏଜେନ୍ସିର ନଜରକୁ ଆସିଥିଲା
:ଆତଙ୍କବାଦୀଙ୍କ ମଧ୍ୟରେ ସେ A++ କ୍ୟାଟାଗୋରୀର ଥିଲା
:ସେ ଟେକନିକାଲି ବହୁ ସାଉଣ୍ଡ ଥିଲା
:ତା ଉପରେ ୧୨ ଲକ୍ଷଟଙ୍କାର ପୁରସ୍କାର ରହିଥିଲା
:ବାରମ୍ବାର ସେନା ତାଙ୍କୁ ଧରିବାକୁ ଚେଷ୍ଠା କରିଥିଲେ ବି ସବୁଥର ଚକମା ଦେଉଥିଲା ।