fbpx
BSKY SKY
BSKY SKY

ନେ ଦେଢ଼ ଲକ୍ଷ, ମୋ ପୁଅକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେ: ପୁଅକୁ ମାରିବା ପାଇଁ ମା’ ଦେଲା ସୁପାରି

BSKY

ନୂଆଦିଲ୍ଲୀ: କାହିଁ କେତେ ପୁରାଣ ଯୁଗରୁ ମା’କୁ ଏ ଦୁନିଆରେ ସବୁଠାରୁ ଉଚ୍ଚାସନ ଦିଆଯାଇ ଆସୁଛି । ମା’ ଶବ୍ଦଟି ଛୋଟ ହେଲେ ମଧ୍ୟ ତା’ର ତ୍ୟାଗର ମୂଲ୍ୟ ଏ ଦୁନିଆରେ କେହି ଦେଇ ପାରିନାହାନ୍ତି । ଗର୍ଭଧାରଣର ଯନ୍ତ୍ରଣା ହେଉ, ତ୍ୟାଗ ହେଉ କି ଭଲପାଇବା ହେଉ ମା’ର ସ୍ଥାନ କେହି ପୂରଣ କରିପାରିବେ ନାହିଁ । ତେବେ ଆଜିକାଲିର ଯୁଗରେ ମା’ ଶବ୍ଦଟି ବୋଧହୁଏ ଅପଭ୍ରଂଶ ହେବାରେ ଲାଗିଛି । କିଛି ନ୍ୟସ୍ତସ୍ୱାର୍ଥବାଦୀଙ୍କ ହରକତ ପାଇଁ ମା’ ସତେ ଯେମିତି ନିଜର ପରିଚୟ ଖୋଜୁଛି ।

ସୂଚନା ମୁତାବକ, ନିକଟରେ ଜଣେ ମାଆ ତାଙ୍କର ଜନ୍ମକଲା ପୁଅକୁ ମାରିବା ପାଇଁ ସୁପାରି ଦେଇଥିଲେ । ଏହାଠାରୁ ବଡ଼ ଲଜ୍ଜାଜନକ ଘଟଣା ଆଉ କ’ଣ ଥାଇପାରେ । ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ମାଆ-ପୁଅଙ୍କ ସୁପାରି ହତ୍ୟା ମାମଲା । ତେବେ ପୁଅ ଏହି ଷଡ଼ଯନ୍ତ୍ରରୁ ବର୍ତ୍ତି ଯାଇଥିଲେ ହେଁ ମା’ ନିଜର ଜନ୍ମିତ ସନ୍ତାନକୁ ମାରିବା ପାଇଁ ଦେଇଥିବା ୧.୩ ଲକ୍ଷର ସୁପାରି କଥା ଆଜି ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ମା’ଙ୍କ ସହିତ ଜଡ଼ିତ ଅନ୍ୟ ଅଭିଯୁକ୍ତମାନେ ନିଜ ନିଜର ଦୋଷ ସ୍ୱୀକାର କରିଛନ୍ତି ।

ମହିଳା ଜଣଙ୍କ ତାଙ୍କ ପୁଅକୁ ମାରିବା ପାଇଁ ୧.୩ ଲକ୍ଷ ଟଙ୍କା ସୁପାରି ଦେଇଥିଲେ । ଏହି ମାମଲାରେ ମହିଳା ଓ ଅନ୍ୟମାନଙ୍କୁ ପୋଲିସ ଗିରଫ କରିନେଇଛି । ପୁଅ ଶିବପ୍ରସାଦ ଜଣେ ଡ୍ରାଇଭର ହୋଇଥିବା ବେଳେ ସେ ମଦ୍ୟପାନ କରି ମା’ଙ୍କୁ ଅଧିକାଂଶ ସମୟରେ ପିଟୁଥିଲା । ତେଣୁ ଏଥିରେ ଅତିଷ୍ଠ ହୋଇ ମାଆ ତାଙ୍କର ପୁଅକୁ ରାସ୍ତାକୁ ହଟାଇବାକୁ ଚକ୍ରାନ୍ତ କରିଥିଲେ । ଏଥିପାଇଁ ସେ ଜଣେ ସମ୍ପର୍କୀୟଙ୍କୁ ସୁପାରି କିଲର ଭାବେ ହାୟର କରିଥିଲେ । ସୁପାରି କିଲରମାନେ ଶିବପ୍ରସାଦଙ୍କୁ ଲୁହା ରଡ଼ରେ ଆକ୍ରମଣ କରିଥିଲେ । ଶିବପ୍ରସାଦ ଗୁରୁତର ହୋଇ ଜୀବନ ସହ ସଂଘର୍ଷ କରୁଥିବା ବେଳେ ଜଣେ ରେଲୱେ କର୍ମଚାରୀ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ଏହି ଘଟଣା ପରେ ପୁଅ ମନେମନେ ସତେ ଯେପରି କହୁଛି, ମା’ ତୁ ଏପରି କରିପାରିଲୁ, ତୁ ମୋର ମାଆ ତ?

Get real time updates directly on you device, subscribe now.