fbpx

ଗୁଗୁଲର ପ୍ୟାରେଣ୍ଟ୍ କମ୍ପାନୀ ଆଲଫାବେଟ୍ ସାରା ବିଶ୍ୱରେ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବ

ନୁଆଦିଲ୍ଲୀ: ଗୁଗୁଲ୍ ପ୍ୟାରେଣ୍ଟ କମ୍ପାନୀ ଆଲ୍‌ଫାବେଟ୍ ୧୨,୦୦୦ କର୍ମଚରୀଙ୍କୁ ଛଟେଇ କରିବ। କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗଣମାଧ୍ୟମ ସହିତ ଏକ ଷ୍ଟାଫ୍ ମେମୋ ସେୟାର କରି ଏହି ସୂଚନା ଦେଇଛନ୍ତି। ଏହି ଛଟେଇ ପୁଣି ଟେକ୍ନୋଲଜି କ୍ଷେତ୍ରରେ ଆଉ ଏକ ବଡ଼ ଝଡ଼ ସୃଷ୍ଟି କରିଛି। ପୁର୍ବରୁ କମ୍ପାନୀର ପ୍ରତିଦ୍ୱନ୍ଦୀ ମାକ୍ରୋସଫ୍ଟ କର୍ପ ଏହାର ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରି ସାରିଛି।

ଏହି ଛଟେଇ ଦ୍ୱାରା କମ୍ପାନୀର ଅନେକ୍ ଟିମ୍ ପ୍ରଭାବିତ ହେବ। ଏଥିରେ ନିଯୁକ୍ତି ଏବଂ କର୍ପୋରେଟ୍ ଫଙ୍କସନ୍ ସହିତ ଇଞ୍ଜିନିୟରିଂ ଏବଂ ଉତ୍ପାଦ ଦଳ ସାମିଲ ରହିଛି । ଗୁଗୁଲ କହିଛି ଯେ ଏହି ଛଟେଇ ସମଗ୍ର ବିଶ୍ୱରେ ହେଉଛି ଏବଂ ଆମେରିକୀୟ କର୍ମଚାରୀମାନେ ଏହାଦ୍ୱାରା ତୁରନ୍ତ ପ୍ରଭାବିତ ହେବେ। ତେବେ ଏହି ପ୍ରକ୍ରିୟା ବିଭିନ୍ନ ଦେଶମାନଙ୍କରେ ନିୟମ ନେଇ କିଛି ସମୟ ନେଇପାରେ ।

ଆଲଫାବେଟର ସିଇଓ ସୁନ୍ଦର ପିଚାଇ ରଏଟର୍ସ ସହ ସେୟାର କରିଥିବା ଏକ ଷ୍ଟାଫ୍ ମେମୋରେ କହିଛନ୍ତି ଯେ କମ୍ପାନୀ ଗତ କିଛି ବର୍ଷ ମଧ୍ୟରେ କର୍ମଚାରୀ ଦ୍ରୁତ ଗତିରେ ବିସ୍ତାର କରିଛି। ଯାହା ଆଜି ଆମେ ସାମ୍ନା କରୁଥିବା ତୁଳନାରେ ଏକ ଭିନ୍ନ ଅର୍ଥନୈତିକ ବାସ୍ତବତା ପାଇଁ ଥିଲା। ତେବେ ଏହି ନିଷ୍ପତ୍ତି ପାଇଁ ମୁଁ ସମ୍ପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରୁଛି ବୋଲି ସେ କହିଛନ୍ତି।

ଏହି ଖବର ଆର୍ଥିକ ଅନିଶ୍ଚିତତା ତଥା ଟେକ୍ନୋଲୋଜିର ବିକାଶର ଏପରି ସମୟରେ ଆସିଛି, ଯେତେବେଳେ ଗୁଗୁଲ ଏବଂ ମାଇକ୍ରୋସଫ୍ଟ ସଫ୍ଟୱେୟାରର ନୂତନ କ୍ଷେତ୍ରରେ ବିନିଯୋଗ କରୁଛନ୍ତି। ଏହା ଜେନେରେଟିଭ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଭାବରେ ଜଣାଶୁଣା।

ତେବେ ଆଲଫାବେଟ୍ ମୁଖ୍ୟ କାର୍ଯ୍ୟନିର୍ବାହି ଅଧିକାରୀ ସୁନ୍ଦର ପିଚାଇ ‘କମ୍ପାନୀ ମିଶନର ଶକ୍ତି, ଏହାର ଉତ୍ପାଦ ଏବଂ ସେବାଗୁଡିକର ମୂଲ୍ୟ ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଆମର ପ୍ରାରମ୍ଭିକ ପୁଞ୍ଜି ବିନିଯୋଗ ହେତୁ ଆଗାମୀ ବିପୁଳ ସୁଯୋଗ ଉପରେ ନିଶ୍ଚିତ ବୋଲି ଏକ ନୋଟ୍‌ରେ କହିଛନ୍ତି ।

Get real time updates directly on you device, subscribe now.