fbpx

ଫଟୋରେ ଦେଖନ୍ତୁ ନୂଆ ସଂସଦ ଭବନ ଭିତରୁ କିପରି ଦେଖାଯାଉଛି, ମାର୍ଚ୍ଚରେ ହୋଇପାରେ ଏହାର ଉଦଘାଟନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନୂତନ ସଂସଦ ଭବନ ଭିତର ଫଟୋ ପ୍ରକାଶ କରିଛନ୍ତି। ବର୍ତ୍ତମାନ ନୁତନ ସଂସଦ ଭବନର ନିର୍ମାଣ କାର୍ଯ୍ୟ ଜାରି ରହିଛି। ସଂସଦର ନୂତନ ବିଲ୍ଡିଂ ଦୁଇ ମାସ ପରେ ଅର୍ଥାତ୍ ମାର୍ଚ୍ଚ ମାସରେ ଉଦଘାଟନ ହେବାର ସମ୍ଭାବନା ରହିଛି। ଯଦି ମାର୍ଚ୍ଚ ମାସରେ ନୂତନ ସଂସଦ ଭବନ ଉଦଘାଟ ହୁଏ, ତେବେ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ନୂତନ ବିଲ୍ଡିଂରେ ଅନୁଷ୍ଠିତ ହେବ।

କହିରଖୁ କି ନୂତନ ସଂସଦ ଭବନ ନିର୍ମାଣ ‘ସେଣ୍ଟ୍ରାଲ୍ ଭିସ୍ତାରା ପୁନଃବିକାଶ’ର ଏକ ଅଂଶ ଅଟେ। ଏହି ମେଗା ବୁିଲ୍ଡିଂର ନିର୍ମାଣ ଦାୟିତ୍ୱ ଟାଟା ପ୍ରୋଜେକ୍ଟ ପାଇଛି। ଏହି ନୂତନ ଭବନରେ ବଡ଼ ହଲ୍‌, ଲାଇବ୍ରେରୀ, ପର୍ଯ୍ୟାପ୍ତ ପାର୍କିଂ ସାଙ୍ଗକୁ ଅନେକ କୋଠରି ମଧ୍ୟ ରହିଛି। ଏହି ହଲ୍ ଏବଂ ଅଫିସ୍ କାର୍ଯ୍ୟାଳୟ ସବୁ ଅତ୍ୟାଧୁନିକ ସୁବିଧା ସହିତ ସୁସଜ୍ଜୀତ ହୋଇଛି। ତେବେ ଆଗକୁ ଦେଖନ୍ତୁ କେନ୍ଦ୍ର ସରକାର ପ୍ରକାଶ କରିଥିବା ନୂତନ ସଂସଦ ଭବନର ଫଟୋ ସବୁ।

Latest Pics: Here's How New Parliament Building Looks From Inside

ନୂତନ ସଂସଦ ଭବନରେ ଲୋକସଭା ହଲରେ ୮୮୮ ଟି ଆସନ କ୍ଷମତା ରହିବ।

nthodb1o

ଲୋଟସ୍ ଥିମ୍ – ଜାତୀୟ ଫୁଲ(ପଦ୍ମ)ଉପରେ ଡିଜାଇନ୍ ହୋଇଥିବା ରାଜ୍ୟସଭା ହଲ୍ ୩୮୪ ଟି ସିଟ୍ କ୍ଷମତା ବିଶିଷ୍ଟ ହେବ।

o5ugllg8

ବର୍ତ୍ତମାନର ସଂସଦ ଭବନ ଏବଂ ନବନିର୍ମିତ ନୂତନ ସଂସଦ ଭବନ।

t8oca6i

ନୂତନ ସଂସଦ ଭବନରେ ୬୫,୦୦୦ ବର୍ଗ ମିଟରର ଅଂଚଳରେ ନିର୍ମାଣ କରାଯାଇଛି।

f8lgdsl8

ନୂତନ ଏବଂ ବିଦ୍ୟମାନ ଅଟ୍ଟାଳିକା ସଂସଦର ସୁଗମ କାର୍ଯ୍ୟକୁ ସୁନିଶ୍ଚିତ କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବ ବୋଲି ସରକାର କହିଛନ୍ତି।

4gkgh8jo

ନୂତନ ସଂସଦ ଭବନରେ ଏକ ଅତ୍ୟାଧୁନିକ ସାମ୍ବିଧାନିକ ହଲ୍ ଅଛି।

6fqljego

ଅଫିସ୍ କାର୍ଯ୍ୟାଳୟ ସବୁ ଅତ୍ୟାଧୁନିକ ସୁବିଧା ସହ ରହିବ ବୋଲି ସରକାର କହିଛନ୍ତି।

t8v7j9to

ନୂତନ ବିଲ୍ଡିଂରେ ଅତ୍ୟାଧୁନିକ ଅଡିଓ-ଭିଜୁଆଲ୍ ସିଷ୍ଟମ ସହିତ ସଜ୍ଜିତ ବଡ଼ କମିଟି କୋଠରୀ ମଧ୍ୟ ରହିବ ବୋଲି ସରକାର କହିଛନ୍ତି।

0hslnbs8

ନୂତନ ସଂସଦ ଲାଇବ୍ରେରୀ।

Get real time updates directly on you device, subscribe now.