fbpx

ବର୍ବର କାଣ୍ଡ: ପୁଅକୁ ମାରି କୂଅକୂ ଫିଙ୍ଗିଦେଲା ମାଆ! ଦେଖନ୍ତୁ ଭିଡିଓ

କେନ୍ଦ୍ରାପଡ଼ା(ଓଡ଼ିଶା ଭାସ୍କର): ପିଶାଚ ପାଲଟିଲା ଜନ୍ମକଲା ମାଆ । ୨ ବର୍ଷର ପୁଅକୁ ମାଆ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ପୁଅକୁ ଅଖାରେ ପୂରାଇ କୂଅରେ ଫିଙ୍ଗିଦେଇଥିବା ଜଣାପଡ଼ିଛି । କୂଅରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ ଓ ପୋଲିସ୍ । ପୁଅକୁ ମାଆ ହତ୍ୟା କରିବା ସ୍ୱୀକାରୋକ୍ତି ନେଇ ପୋଲିସ୍ ସୂଚନା ଦେଇଛି । ଏହିଭଳି ଏକ ମାମଲା ସାମନାକୁ ଆସିଛି ମାର୍ଶାଘାଇ ଥାନା କାନପୁର ଗାଁରେ । ଏହି ଘଟଣା ଏବେ ସ୍ଥାନୀୟ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସାମାନ୍ୟ ଘରୋଇ କଳିରୁ ଏହି ଭଳି ବର୍ବର୍ କାଣ୍ଡ ମାଆ ଘଟାଇଥିବା କୁହାଯାଉଛି । ବର୍ତ୍ତମାନ ଉଭୟ ସ୍ୱାମୀ ଓ ଅଭିଯୁକ୍ତ ମହିଳାଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରୁଛି ।

Get real time updates directly on you device, subscribe now.