fbpx

ନୂଆ ଗାର୍ଲଫ୍ରେଣ୍ଡ ଚକରରେ ପଡ଼ିଲେ ପତି, କ୍ରୋଧରେ ୫ ସନ୍ତାନଙ୍କୁ ମାରିଦେଲେ ପତ୍ନୀ

ନୂଆଦିଲ୍ଲୀ: କଥାରେ ଅଛି, କ୍ରୋଧ ପରମ ଚଣ୍ଡାଳ । କ୍ରୋଧର ବଶବର୍ତ୍ତୀ ହୋଇ ଜଣେ ମହିଳା ନିଜର ୫ ଜଣ ସନ୍ତାନଙ୍କୁ ହତ୍ୟା କରିଛନ୍ତି । ମହିଳାଙ୍କ ସ୍ୱାମୀ ଜଣେ ନୂଆ ଗାର୍ଲଫ୍ରେଣ୍ଡଙ୍କ ଚକରରେ ପଡ଼ିଥିଲେ । ଫଳରେ ରାଗରେ ମହିଳା ଜଣକ ହିଂସାତ୍ମକ ବାଟକୁ ଆପଣାଇ ନେଇଥିଲେ । ଘଟଣାଟି ଜର୍ମାନୀର ସୋଲିଙ୍ଗନ ସହରରେ ଘଟିଛି । ଗତ ସେପ୍ଟେମ୍ବର ମାସରେ ୫ ଜଣ ସନ୍ତାନଙ୍କ ମୃତଦେହ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିଲା । ବର୍ତ୍ତମାନ ଅଭିଯୁକ୍ତ ମହିଳାଙ୍କ ବିରୋଧରେ କୋର୍ଟରେ କେସ୍ ଚାଲୁଥିବା ଜଣାପଡ଼ିଛି ।

ମହିଳାଙ୍କ ପତିଙ୍କର ନୂଆ ଗାର୍ଲଫେଣ୍ଡକୁ ନେଇ ପରିବାରରେ ଅଧିକାଂଶ ସମୟରେ ଝଗଡ଼ା ହେଉଥିଲା । ଏହି ଘଟଣାକୁ ନେଇ ମହିଳା ଜଣକ ଅତିଷ୍ଠ ହୋଇପଡ଼ିଥିଲେ । ଶେଷରେ ମହିଳା ଜଣକ ନିଜର ୬ ସନ୍ତାନଙ୍କ ମଧ୍ୟରୁ ୫ ଜଣଙ୍କୁ ଡ୍ରଗ୍ସର ହେଭି ଡୋଜ୍ ଦେଇଥିଲେ । ଏହାପରେ ସମସ୍ତଙ୍କୁ ବାଥରୁମକୁ ନେଇ ପାଣିରେ ବୁଡ଼ାଇ ନୃଶଂସ ଭାବେ ହତ୍ୟା କରିଥିଲେ । ସନ୍ତାନଙ୍କ ମଧ୍ୟରେ ୩ ବର୍ଷର ତିନିଜଣ ଝିଅ, ୬ ଓ ୮ ବର୍ଷର ଦୁଇ ପୁତ୍ର ରହିଥିଲେ । ଅନ୍ୟ ସନ୍ତାନ ସ୍କୁଲ ଚାଲିଯାଇଥିବାରୁ ତା’ର ଜୀବନ ବଞ୍ଚି ଯାଇଥିଲା । ସନ୍ତାନମାନଙ୍କୁ ହତ୍ୟା କରିବା ପରେ ମହିଳା ଜଣକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବର୍ତ୍ତି ଯାଇଥିଲେ । ଜଣେ ଅଜଣା ମାସ୍କଧାରୀ ବ୍ୟକ୍ତି ଫ୍ଲାଟରେ ପ୍ରବେଶ କରି ତାଙ୍କର ସନ୍ତାନଙ୍କୁ ହତ୍ୟା କରିଥିବା ନେଇ ମହିଳା ଜଣକ ମଧ୍ୟ ଅଭିଯୋଗ କରିଥିଲେ । ତେବେ ମହିଳା ଜଣକ ହତ୍ୟା କରିଥିବା ନେଇ ସେପରି କିଛି ପ୍ରମାଣ ମିଳିନଥିଲା, ତେଣୁ ମାମଲାଟିର ତଦନ୍ତ ଜାରି ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.