fbpx

ଗୋଟିଏ ଯୁବକଙ୍କ ସହିତ ନିର୍ବନ୍ଧ କଲେ ଯାଆଁଳା ଭଉଣୀ, ଏବେ ଏକାସାଙ୍ଗରେ ଗର୍ଭବତୀ ହେବାକୁ ରଖିଛନ୍ତି ଇଚ୍ଛା

ନୂଆଦିଲ୍ଲୀ: ଗୋଟିଏ ଯୁବକ ସହିତ ଯାଆଁଳା ଭଉଣୀଙ୍କ ପ୍ରେମ ହୋଇଯାଇଛି । ଆଉ ସେମାନେ ନିର୍ବନ୍ଧ ମଧ୍ୟ କରିସାରିଛନ୍ତି । ଆଉ ଏବେ ସେମାନେ ସେମାନଙ୍କ ଫ୍ୟାମିଲି ପ୍ଲାନିଂ ବିଷୟରେ ମଧ୍ୟ ଲୋକଲୋଚନରେ ଖୁଲାସା କରିଛନ୍ତି । ଏହିପରି ଏକ ଖବର ଆସିଛି ଅଷ୍ଟ୍ରେଲିୟାରୁ । ଏଠାରେ ଥିବା ଯାଆଁଳା ଭଉଣୀ ଏବେ ନିଜ ଲଭ୍ ଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି ।

ତେବେ ସେମାନେ ଏକ ରିୟଲିଟି ସୋ’ରେ ଏହା ବିଷୟରେ କହିଛନ୍ତି । ଗୋଟିଏ ଯୁବକ ସହ ପ୍ରେମ ହେବାପରେ ଦୁହେଁ ଏବେ ଏକା ସମୟରେ ଗର୍ଭବତୀ ହେବାକୁ ବି ଇଚ୍ଛା ପ୍ରକାଶ କରିଛନ୍ତି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଦୁଇ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ନିବିଡ୍ ନଚେତ୍ ଆଜିକା ସମୟରେ ଭଉଣୀ-ଭଉଣୀ ଶତ୍ରୁ ପାଲଟିଯାଉଛନ୍ତି । କିନ୍ତୁ ଏଇ ଦୁଇ ଭଉଣୀ ଏବେ ସେହି ଭଳି କିଛି ଲୋକମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ଉକ୍ତ ଦୁଇ ଭଉଣୀ ଏନା ଏବଂ ଲୁସୀଙ୍କ ବୟସ ୩୫ ବର୍ଷ । ସେମାନେ ୩୭ ବର୍ଷିୟ ଜଣେ ଯୁବକଙ୍କ ସହିତ ଏକା ସମୟରେ ନିର୍ବନ୍ଧ କରିଛନ୍ତି । ସେ ହେଉଛନ୍ତି ଜଣେ ଇଲେକ୍ଟ୍ରିକସିଆନ୍ । ଏହି ଦୁଇ ଭଉଣୀ ୨୦୧୧ ମସିହାରୁ ହିଁ ବେନ୍ ବାୟର୍ନ୍ସଙ୍କୁ ଡେଟ୍ କରୁଛନ୍ତି । ତେବେ ସେମାନେ ନିଜର ପ୍ରେମ କାହାଣୀ ବିଷୟରେ କହିଛନ୍ତି ଯେ, ବେନ୍ ଉକ୍ତ ଦୁଇ ଭଉଣୀଙ୍କୁ ଏକ ପିକନିକ୍ ସମୟରେ ଭେଟିଥିଲେ ଏବଂ ପ୍ରେମ ନିବେଦନ ମଧ୍ୟ କରିଥିଲେ । ଆଉ ସେମାନେ ମଧ୍ୟ ଏକାସାଙ୍ଗରେ ହଁ ଭରିଥିଲେ ।

ତେବେ ଅଷ୍ଟ୍ରେଲିୟାରେ ବହୁବିବାହକୁ ଅନୁମତି ନଥିବା ବେଳେ ସେମାନେ ମାଲେସିୟା, ଇଣ୍ଡୋନେସିଆ ନଚେତ୍ ଆମେରିକାରେ ଥିବା କିଛି ସ୍ଥାନ ଯେଉଁଠାରେ ବହୁବିବାହକୁ ଅନୁମତି ରହିଛି ସେହିଠାରେ ଯାଇ ବିବାହ କରିବେ । ଏଥିସହିତ ଦୁଇ ଭଉଣୀଙ୍କୁ ସେ କଥା ଦେଇଛନ୍ତି ଯେ, ସେ ସେମାନଙ୍କୁ ଖୁସିରେ ରଖିବେ ଏବଂ ସବୁକିଛି ସେମାନଙ୍କ ପାଇଁ କରିବେ । ଆଉ ଲୁସୀ ଏବଂ ଏନା ବି ଏଥିରେ ରାଜି ହୋଇଥିଲେ ଏବଂ ଏକା ସମୟରେ ଗର୍ଭବତୀ ହେବେ ବୋଲି କହିଛନ୍ତି । ଆଉ ଏଥିପାଇଁ ସେମାନେ ଆଇଭିଏଫ୍ ର ସହାୟତା ନେବେ ବୋଲି କହିଛନ୍ତି ।

Get real time updates directly on you device, subscribe now.