fbpx

ସ୍ତ୍ରୀ କାମକୁ ଗଲାନି ବୋଲି ବେଲ୍ଟରେ ପିଟି ପିଟି ମାରିଦେଲା ନିର୍ଦ୍ଦୟ ସ୍ୱାମୀ

ଅଜମେର୍: ରାଜସ୍ଥାନର ଅଜମେର୍ ରୁ ଆସିଛି ଏକ ଅଭାବନୀୟ ଘଟଣା । ଅସୁସ୍ଥ ଥିବା ସ୍ତ୍ରୀ କାମକୁ ନ ଯିବାରୁ ବେଲ୍ଟରେ ପିଟି ପିଟି ଜୀବନରୁ ମାରିଦେଲା ନିର୍ଦ୍ଦୟୀ ସ୍ୱାମୀ । ଅଜମେରର ଅଲବର୍ ଗେଟ୍ ଥାନା ପୁଲିସ୍ ନିର୍ଦ୍ଦୟ ଭାବେ ସ୍ତ୍ରୀକୁ ମାରିଦେଇଥିବା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଅସୁସ୍ଥ ହୋଇଯାଇଥିବାରୁ କାମକୁ ଯିବାକୁ ସ୍ତ୍ରୀ ମନା କରିଦେଇଥିଲା । ଆଉ ଏହି କଥାରେ ରାଗିଯାଇ ନିଜ ସ୍ତ୍ରୀକୁ ବେଲ୍ଟରେ ଅକଥନୀୟ ଅତ୍ୟାଚାର କରିଥିଲା । ଯାହାଫଳରେ ସ୍ତ୍ରୀ ଆଖି ବୁଜିଥିଲା ।

ଏହି ଘଟଣାର ଖବର ପାଇବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ଆଉ ଅଭିଯୁକ୍ତ ସ୍ୱାମୀକୁ ପଚାରଉଚରା କରିଥିଲା ଏବଂ ସେ ସବୁକିଛି ସ୍ୱୀକାର ମଧ୍ୟ କରିଥିଲା । ମୃତ ସ୍ତ୍ରୀଙ୍କ ନାମ ହେଉଛି ବର୍ଷା ସୋନୀ । ଘଟଣା ସମ୍ପର୍କରେ ଥାନାରେ ମୃତ ବର୍ଷାଙ୍କର ସାଙ୍ଗ ଅଭିଯୋଗ କରିଥିଲେ । ଖାଲି ସ୍ତ୍ରୀ ଉପରେ ଏହି ଅକଥନୀୟ ଅତ୍ୟାଚାର କରିନି ବରଂ ନିଜ ୯ ବର୍ଷର ଝିଅ ଉପରକୁ ମଧ୍ୟ ହାତ ଉଠାଇଥିବା ଜଣାପଡିଛି । ତେବେ ପୁଲିସ୍ ଅଭିଯୁକ୍ତ ସ୍ୱାମୀ ଗିରଫ କରିବା ପରେ ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା । ଅଭିଯୁକ୍ତ ସ୍ୱାମୀକୁ ପୁଲିସ୍ ପଚରାଉଚରା କରିବା ସମୟରେ ଖସିବାକୁ ଅନେକ ଚେଷ୍ଟା କରିଥିଲା । ଆଉ କହିଥିଲା ଯେ, ପତ୍ନୀଙ୍କ ମୃତ୍ୟୁ ସାଧାରଣ ଭାବେ ହୋଇଛି । କିନ୍ତୁ ତାର ୯ ବର୍ଷର ଝିଅ ପୁଲିସ୍ କୁ ସବୁ ସତକଥା କହିଥିଲା । ଏହାପରେ ସ୍ୱାମୀ ସବୁକିଛି ସ୍ୱୀକାର କରିଥିଲା ।

Get real time updates directly on you device, subscribe now.