ସେକ୍ସ ଆଗରେ ହାର ମାନିଲା ମା’….. ଜନ୍ମକଲା ପୁଅକୁ ଜୀବନରୁ ମାରିଦେଇ, ମୃତଦେହକୁ ବସ୍ତାରେ ପୁରେଇ ଫିଙ୍ଗିଦେଲା

ଆଗ୍ରା: ଉତ୍ତର ପ୍ରଦେଶ ଆଗ୍ରାରୁ ଏକ ବିଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ମାତ୍ର ୮ ବର୍ଷ ବୟସର ବାଳକକୁ ହତ୍ୟା କରାଯାଇଛି । ଆଉ କେହିଁ ନୁହେଁ ନିଜ ଜନ୍ମଦାତ୍ରୀ ମା’ ହିଁ ପୁଅକୁ ମାରି ଏବେ ଗିରଫ ହୋଇଛି । ଯେତେବେଳେ ପରକୀୟା ପ୍ରୀତି ସର୍ବୋପରି ହୁଏ ସେତେବେଳେ ଆଖିଆଗକୁ ଆସୁଥିବା ଲୋକ ଶତ୍ରୁ ଭଳି ଲାଗନ୍ତି । ଠିକ୍ ଯେମିତି ଘଟିଛି ଭାନୁ ଜୀବନରେ । ଭାନୁର ତା’ ସମ୍ପର୍କୀୟ ଦିଅର ସହ ଅନୈତିକ ସମ୍ପର୍କ ଥିଲା । ଘରେ କେହି ନ ଥିଲାବେଳେ ଭାନୁ ପାଖକୁ ଦିଅର ସବୁବେଳେ ଆସନ୍ତି । ଏମିତି ରିତିମତ ଭାନୁ ଓ ତା’ ଦିଅରଙ୍କ ଭିତରେ ମିଳାମିଶା ହୁଏ । ଗତ ୨୯ ତାରିଖ ଦିନ ଏମିତି ଘଟିବ ବୋଲି ଭାନୁ କେବେ ଚିନ୍ତା କରି ନ ଥିଲା । ଦିଅର ସହିତ ଆପତ୍ତିଜନକ ଅବସ୍ଥାରେ ଥିବାବେଳେ ତା’ ପୁଅ ରୋସନ ଦେଖି ଦେଇଥିଲା । ରୋସନ କାଳେ ଏ ଘଟଣା ସମ୍ପର୍କରେ ଘରର ଅନ୍ୟମାନଙ୍କୁ ଜଣେଇଦେବ ଭାବି ଭାନୁ ଏ ଚରମ ନିଷ୍ପତ୍ତି ନେଲା।
ଦିଅର ଓ ଭାଉଜ ଏକାଠି ହୋଇ ରୋସନଙ୍କୁ ସବୁଦିନ ପାଇଁ ଶୁଆଇଦେଲେ । ମୃତଦେହକୁ ବସ୍ତାରେ ପୁରେଇ ପାଖାପାଖି ୩ ଦିନ ପର୍ଯ୍ୟନ୍ତ ସେହି କୋଠରୀରେ ରଖିଲେ । ପରେ ମଉକା ଦେଖି ବସ୍ତାକୁ ଘର ପଛପଟେ ଫୋପାଡ଼ି ଦେଇ ଆସିଲେ । ୮ ବର୍ଷର ବାଳକ ହୁଏତ ଏତେସବୁ ତା’ ସହ ଘଟିବ ବୋଲି କେବେ କଳ୍ପନା କରି ନ ଥିଲା । ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଲେ । ସେପଟେ ପୁଅକୁ ହତ୍ୟା କରିବା ପରେ ଭାନୁ ରୋସନର ନିଖୋଜ ନେଇ ଥାନାରେ ଏକ ଅଭିଯୋଗ କରିଦେଲା । ଦିନେ ୨ ଦିନ ପୋଲିସ ଛାନ୍ ଭିନ୍ କରିବା ପରେ ଭାନୁ ଓ ତା’ ଦିଅରକୁ ଧରିବାରେ ସଫଳ ହୋଇଛି । ପୋଲିସ ଦୁହିଁଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।