ଝାରସୁଗୁଡ଼ା: ସ୍ୱର୍ଗତ ନବ ଦାସଙ୍କ ପରିବାର ଉପରେ ଭାଙ୍ଗିଛି ଦୁଖଃର ପାହାଡ଼। ନବ ଦାସଙ୍କ ପରେ ପରେ ୮୬ ବର୍ଷ ବୟସରେ ପ୍ରାଣ ତ୍ୟାଗ କରିଛନ୍ତି ତାଙ୍କ ମା’। ପୂର୍ବରୁ ଗତ ଜାନୁଆରୀ ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀ ଛକରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିକରି ହତ୍ୟା କରିଥିଲା ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସ।
ନିକଟରେ ନବଙ୍କ ହତ୍ୟାର ୧୧୮ ଦିନ ପରେ କ୍ରାଇମବ୍ରାଞ୍ଚ ୫୪୪ ପୃଷ୍ଠା ଦୀର୍ଘ ଚାର୍ଜସିଟ୍ ଦାଖଲ କରିଥିଲା। କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ପୁଲିସ ଏଏସ୍ଆଇ ଗୋପାଳ ଦାସ ଗୁଳିକରି ହତ୍ୟା କରିବା ପଛରେ ବ୍ୟକ୍ତିଗତ ଆକ୍ରୋଶ ହେଉଛି ଏକମାତ୍ର କାରଣ। ମନ୍ତ୍ରୀଙ୍କୁ ଗୋପାଳ ୪ଟି ଘଟଣାରେ ବିରୋଧ କରିଥିଲା। ମନ୍ତ୍ରୀଙ୍କ ସମର୍ଥକଙ୍କ ବିରୋଧରେ ବି ସେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ପରେ ନବ ଦାସ ଓ ତାଙ୍କ ସମର୍ଥକଙ୍କ ଆଡୁ ଜୀବନ ପ୍ରତି ବିପଦ ଥିବା ଅନୁଭବ କରିବାକୁ ଗୋପାଳ ମନ୍ତ୍ରୀଙ୍କୁ ଗୁଳିମାରି ହତ୍ୟା କରିଥିଲା। ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ରହସ୍ୟ ଉନ୍ମୋଚନ କରିବାକୁ ଯାଇ ଏମିତି ଉଲ୍ଲେଖ କରିଥିଲା କ୍ରାଇମବ୍ରାଞ୍ଚ।