fbpx
BJD SKY
BJD SKY

ପୁଅ, ଝିଅକୁ କୂଅକୁ ଠେଲିଦେଲା ମାଆ, ଜାଣନ୍ତୁ କାହିଁକି

BJD

କନ୍ଧମାଳ(ଓଡ଼ିଶା ଭାସ୍କର): ପାରିବାରିକ କଳହର କରୁଣ ପରିଣତି । ଏହି କାରଣରୁ ଅନେକ ପରିବାର ଭାଙ୍ଗିଯାଉଥିବା ବେଳେ ଅନେକ ପରିବାର ମାଟିରେ ମିଶିଛି । ସେହିପରି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଘଟିଯାଇଥିବା ଏକ ଅଭାବନୀୟ ଘଟଣା । ଘରୋଇ କଳହରୁ ୨ ପିଲାଙ୍କୁ କୂଅକୁ ଠେଲି ମାଆ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପିଲାଙ୍କୁ କୂଆରେ ଫିଙ୍ଗିବା ପରେ ଆତ୍ମହତ୍ୟାର ଉଦ୍ୟମ କରିଥିଲେ । ଆତ୍ମହତ୍ୟା ଉଦ୍ୟମ ସତ୍ୱେ ମାଆ ବଞ୍ଚିଯାଇଥିବା ସୂଚନା ମିଳିଛି । ୯ ବର୍ଷର ପୁଅ ଓ ୫ ବର୍ଷର ଝିଅକୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ସ୍ୱାମୀ ସହ ଝଗଡା କରି ସ୍ତ୍ରୀ ଦୁଇ ପିଲାଙ୍କୁ ନେଇ ଏପରି କାଣ୍ଡ କରିଥିବା ଜଣାପଡିଛି । ପାରିବାରିକ କଳହ ଯୋଗୁଁ ଚାଲିଯାଇଛି ୨ ନିରୀହ ପିଲାଙ୍କ ଜୀବନ । ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.