fbpx

ଅଜବ ପରମ୍ପରା: ଚତୁର୍ଥୀ ରାତିରେ କନ୍ୟା ସହ ରୁହନ୍ତି ମା’

ଆଫ୍ରିକା ମହାଦ୍ୱୀପରେ ଅନେକ ଅଜବ ଜିନିଷ ଦେଖିବାକୁ ମିଳିଥାଏ । ଏଠାର ବନ୍ୟଜୀବ ହେଉ ବା ଜନଜାତିର ଚଳଣି ସବୁ କିଛି ଅଲଗା ଏବଂ ଅଜବ ଲାଗେ, କିନ୍ତୁ ଏହା ସତ୍ୟ । ଏଠାରେ ଅନେକ ଅଜବ ପରମ୍ପରା ଦେଖିବାକୁ ମିଳେ । ଏମିତି ଏକ ଅଜବ ରୀତି ଏଠାରେ କାହିଁ କେବେଠୁ ଚାଲିଆସିଛି ଯାହା ସମ୍ପର୍କରେ ଜାଣିଲେ ଆପଣ ଚକିତ ହୋଇଯିବେ । ସମୟ ଅନୁସାରେ ଧିରେ ଧିରେ ପରମ୍ପରା ବଦଳିଯାଏ ।

କିନ୍ତୁ ଏଠାରେ ଲୋକମାନେ ଆଜି ମଧ୍ୟ ଶହ ଶହ ବର୍ଷ ପୁରୁଣା ପରମ୍ପରା ପାଳନ କରିଆସୁଛନ୍ତି । ଏମିତି ଏକ ନିୟମ ହେଉଛି ଚତୁର୍ଥୀ ରାତି । ଏଠାରେ କନ୍ୟାର ଚଉଠି ରାତିରେ କନ୍ୟାର ମାତା ତା ସହିତ ଶୁଅନ୍ତି ।

ଫ୍ୟୁଚ୍ରଡଟ୍.କମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଚତୁର୍ଥୀ ରାତିରେ ବରର ଶାଶୁ ରୁମରେ ରୁହନ୍ତି ଏବଂ ରାତିରେ ଶୁଅନ୍ତି । ଯଦି କାହାର ଶାଶୁ ନଥାନ୍ତି ତେବେ ପଡୋଶୀର ଅନ୍ୟ କୌଣସି ବୟସ୍କ ମହିଳାଙ୍କୁ ପଠାଯାଏ । ପରମ୍ପରା ଅନୁସାରେ କୁହାଯାଏ କି ପ୍ରଥମ ରାତିରେ ମା’ ସେହି ନବଦମ୍ପତିଙ୍କୁ ବୈବାହିକ ଜୀବନର ଶିକ୍ଷା ଦେଇଥାନ୍ତି ।

ପରଦିନ ସକାଳେ ବରକନ୍ୟାଙ୍କ କୋଠରୀରୁ ସେହି ମହିଳା ଜଣକ ଆସି ପରିବାରର ବାକି ସବୁ ସଦସ୍ୟଙ୍କୁ କୁହନ୍ତି କି ସବୁ ଠିକ୍ ଅଛି । ନବଦମ୍ପତ୍ତିଙ୍କ ପାଖରେ ଆଉ ଜଣେ ମହିଳା ରୁହନ୍ତି କିନ୍ତୁ କେହି ବି ଲାଜ କରିନଥାନ୍ତି କାରଣ ଏହାକୁ ପରମ୍ପରା ଅନୁସାରେ ପାଳନ କରାଯାଏ । ନବଦମ୍ପତିଙ୍କ ନୂଆ ଜୀବନର ଆରମ୍ଭ ସଠିକ୍ ହେବ ସେଥିପାଇଁ ଏହି ପରମ୍ପରା ପାଳନ କରାଯାଏ ।

Get real time updates directly on you device, subscribe now.