fbpx

ମାତାଙ୍କ ନାଁ ପ୍ରିୟଙ୍କା ଚୋପ୍ରା ତ’ ପିତାଙ୍କ ନାଁ ସନ୍ନି ଦେୱଲ!

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏପରି ଅନେକ ଫଟୋ ରହିଛି, ଯେଉଁଥିରେ ଛାତ୍ରଛାତ୍ରୀମାନେ ନିଜ ପିତାମାତାଙ୍କ ନାଁ ବଦଳରେ ବଲିଉଟ ସେଲିବ୍ରିଟମାନଙ୍କ ନାଁ ଦେଇଛନ୍ତି । କେବଳ ଏତିକି ନୁହେଁ, ଅନେକ ଥର ପରୀକ୍ଷାର ଆଡମିଟ୍ କାର୍ଡରେ ବି ବଲିଉଡ ତାରକାଙ୍କ ଫଟୋ ଦେଖିବାକୁ ମିଳିଥାଏ । ସେହିଭଳି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଛାତ୍ର ନିଜ ପିତା-ମାତାଙ୍କ ନାଁ ବଦଳରେ ବଲିଉଡ ଷ୍ଟାରଙ୍କ ନାଁ ଲେଖିଛନ୍ତି ।

ଇଣ୍ଟରନେଟରେ ଭାଇରାଲ ହୋଇଥିବା ଏହି ଫଟୋରେ ଦେଖିବାକୁ ମିଳେ ଯେ, ବିହାରର ବୋଟିୟା ରାମ ଲଖନ ସିଂ ଯାଦବ ମହାବିଦ୍ୟାଳୟର ଜଣେ ଛାତ୍ର ଉତ୍ତର ସିଟରେ ତାଙ୍କ ମାତାଙ୍କ ନାମ ପ୍ରିୟଙ୍କା ଚୋପ୍ରା ଓ ପିତାଙ୍କ ନାମ ସନ୍ନି ଦେୱଲ ଲେଖିଛନ୍ତି । ଏଥିରେ ଛାତ୍ର ଜଣକ ତାଙ୍କ ନାମ ଶିବଶଙ୍କର କୁମାର ଲେଖିଥିଲେ । ଇତିହାସ ପରୀକ୍ଷା ସମୟରେ ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଖିବା ପରେ ଆପଣ ବି ହସିପକାଇବେ । ଇତିହାସର ପରୀକ୍ଷାରେ ପଚରାଯାଇଥିବା ପ୍ରଥମ ପ୍ରଶ୍ନଟି ହେଲା – ପ୍ରତ୍ନତତ୍ତ୍ୱ ଦ୍ୱାରା ଆପଣ କ’ଣ ବୁଝ? ଏହାର ଉତ୍ତରରେ ଛାତ୍ର ଲେଖିଛନ୍ତି, ‘ମୋ ଶିକ୍ଷକ ପଢ଼ାଇ ନାହାଁନ୍ତି । ଆମେ ପ୍ରତ୍ନତତ୍ତ୍ୱରୁ କିଛି ବୁଝିପାରୁନାହୁଁ ।’

ଦ୍ୱିତୀୟ ପ୍ରଶ୍ନରେ ପଚରାଯାଇଥିଲା ଯେ – ମୋହନଜୋଦାରୋର ବିଶାଳ ସ୍ନାନଗାର ବିଷୟରେ ବର୍ଣ୍ଣନା କର । ଏଥିରେ ଛାତ୍ର ଲେଖିଥିଲେ, ‘ମୋହନଜୋଦାରୋ ବିଶାଳ ସ୍ନାନଗାରରେ ରାଜାଙ୍କ ପତ୍ନୀ ଡେଇଁ ଡେଇଁ ଗାଧୋଉଥିଲେ । ଫଟୋଟି ଅସଲି କି ନକଲି ଜଣାପଡିନଥିବା ବେଳେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.