fbpx

ଗାଡ଼ି ଚାଳକ ସାବଧାନ୍! ଟ୍ରାଫିକରେ Yello Light ନ ମାନିଲେ ହେବ ଜେଲ୍, ଜଗିଛି ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରତିଦିନ ଦୁର୍ଘଟଣା ସଂଖ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି । ଅଧିକାଂଶ ସମୟରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବାରୁ ଗାଡ଼ି ଦୁର୍ଘଟଣା ଦେଖିବାକୁ ମିଳିଥାଏ । ତେବେ ଏଭଳି ଟ୍ରାଫିକ ରୁଲ ଭାଙ୍ଗୁଥିବା ଗାଡ଼ି ଚାଳକ ଏବେଠାରୁ ସାବଧାନ୍ ହୋଇଯାଆନ୍ତୁ । ଟ୍ରାଫିକ ନିୟମକୁ ଆହୁରି କଡ଼ାକଡ଼ି କରୁଛି ଓଡ଼ିଶା ପୋଲିସ । ଟାଫିକରେ ୟେଲୋ ଲାଇଟକୁ ମାନୁ ନଥିବା ଗାଡ଼ି ଚାଳକମାନଙ୍କ ବିରୋଧରେ ଏବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ୟେଲୋ ଲାଇଟ ନ ମାନି ଗାଡ଼ି ଚଳାଉଥିବା ଡ୍ରାଇଭରମାନେ ଏବେ କମିଶନରେଟ ପୋଲିସର ସ୍କାନରରେ ରହିଛନ୍ତି । ୟେଲୋ ଲାଇଟକୁ ନ ମାନି ଗାଡ଼ି ଚଳାଉଥିଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇପାରେ ପୋଲିସ । ୟେଲୋ ଲାଇଟ ଥାଇ ମଧ୍ୟ କେହି ଟ୍ରାଫିକରେ ଗାଡ଼ି ଚଳାଇଲେ, ତେବେ ସେମାନଙ୍କୁ ମୋଟା ଅଙ୍କର ଫାଇନ୍ ସହ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ । ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ସାରା ସହରରେ ଜୋରଦାର ଚେକିଙ୍ଗ ଏବଂ ବ୍ଲକିଙ୍ଗ ଆରମ୍ଭ ହୋଇଯାଇଛି ।

ଏ ନେଇ ଭୁବନେଶ୍ୱରର ବଡ଼ ବଡ଼ ଛକରେ ଏବେ ଚେକିଙ୍ଗ ଆରମ୍ଭ ହୋଇଛି । ଏଜି ଛକ, ରସୁଲଗଡ଼, କଳ୍ପନା, ନାଲକୋ ଛକ ସହିତ ବାଣୀ ବିହାର, ଆଚାର୍ଯ୍ୟ ବିହାର, ଜୟଦେବ ବିହାର ଇତ୍ୟାଦିରେ ଚେକିଙ୍ଗ କରୁଛି ପୋଲିସ । ସେହିପରି ଖଣ୍ଡଗିରି, ଶିଶୁ ଭୁବନ ଛକ, ଡମଣା, ପୋଖରୀପୁଟ, କଳିଙ୍ଗ ନଗର, କିଟ୍ ଛକ ଆଦି ଛକରେ ପୋଲିସ ଚେକିଙ୍ଗ କଡ଼ାକଡ଼ି କରାଯାଇଛି । ଡ୍ରିଙ୍କ ଆଣ୍ଡ ଡ୍ରାଇଭ ଉପରେ କଡ଼ା ଚେକିଙ୍ଗ କରିବା ପରେ ଏବେ ରେଡ ଲାଇଟ ଜମ୍ପ ଉପରେ ଚେକିଙ୍ଗ ଆରମ୍ଭ କରିବ ବୋଲି ଟ୍ରାଫିକ ଡିସିପି ସୂଚନା ଦେଇଛନ୍ତି । ଏହାକୁ ଏବେ ସାଧାରଣରେ କୁବ ପ୍ରଶଂସା କରାଯାଉଛି ।

Get real time updates directly on you device, subscribe now.