fbpx
BSKY SKY
BSKY SKY

ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ JMM ଦଳରୁ ଦେଲେ ଇସ୍ତଫା

BSKY

ରାଞ୍ଚି: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସୀତା ସୋରେନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସମସ୍ତ ପଦବୀରୁ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଛି । ଲୋକସଭା ନିର୍ବାଚନ ପୂର୍ବରୁ ଜେଏମଏମ ଦଳ ପାଇଁ ଏକ ଝଟକା । ବିଧାୟକ ସୀତା ସୋରେନଙ୍କ ପାର୍ଟୀର ସମସ୍ତ ପଦବୀରୁ ସେ ଇସ୍ତଫା ଦେଇଛନ୍ତି । ହେମନ୍ତ ସୋରେନଙ୍କର ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ଏବଂ ଝାରଖଣ୍ଡରେ ଚମ୍ପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାକୁ ନେଇ ସୀତା ସୋରେନ କ୍ରୋଧ ପ୍ରକାଶ କରିଥିଲେ ।

ସୀତା ସୋରେନଙ୍କ ଇସ୍ତଫା ସମ୍ବନ୍ଧରେ ଏକ ଚିଠି ଲେଖିଛନ୍ତି ଏବଂ ଏହାକୁ ପାର୍ଟୀ ଅଧ୍ୟକ୍ଷ ଅର୍ଥାତ ନିଜ ଶ୍ୱଶୂର ଶିବୁ ସୋରେନଙ୍କୁ ପଠାଇଛନ୍ତି । ସୀତା ସୋରେନ କହିଛନ୍ତି ଯେ, ମୁଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କେନ୍ଦ୍ରୀୟ ମହାସଚିବ ଏବଂ ସକ୍ରିୟ ସଦସ୍ୟ । ବର୍ତ୍ତମାନ ମୁଁ ପାର୍ଟୀର ବିଧାୟକ ଅଟେ । ଅତ୍ୟନ୍ତ ଦୁଃଖର ସହ ଇସ୍ତଫା ଦେଉଛି ।

Get real time updates directly on you device, subscribe now.