Motorola Edge 60 Proର ହେଲା ଭାରତରେ ଧମାକାଦାର ଏଣ୍ଟ୍ରୀ, ଫିଚର୍ସ ଜିତିନେବ ଆପଣଙ୍କ ମନ
ଭାରତରେ ଲଞ୍ଚ ହେଲା Motorola Edge 60 Pro, ଜାଣନ୍ତୁ ଦମଦାର ଫିଚର୍ସ
ନୂଆଦିଲ୍ଲୀ: ଗ୍ରାହକମାନଙ୍କ ପାଇଁ Motorola ଏକ ନୂଆ ସ୍ମାର୍ଟଫୋନ୍ Motorola Edge 60 Pro ଲଞ୍ଚ କରିଛି। ଗୁରୁତ୍ୱପୂର୍ଣ୍ଣ ଫିଚରଗୁଡ଼ିକ ବିଷୟରେ କହିବାକୁ ଗଲେ, ଏହି ନୂଆ Motorola ସ୍ମାର୍ଟଫୋନ୍ AI ପ୍ଲେଲିଷ୍ଟ ଷ୍ଟୁଡିଓ, AI ଇମେଜ୍ ଷ୍ଟୁଡିଓ, AI ସିଗନେଚର ଷ୍ଟାଇଲ୍ ଭଳି ଅନେକ Moto AI ଫିଚର୍ସକୁ ସପୋର୍ଟ କରୁଛି। କେବଳ ଏତିକି ନୁହେଁ, ଡଷ୍ଟ ଏବଂ ହାଇ ପ୍ରେସର ପାଣିରୁ ସୁରକ୍ଷା ପାଇଁ ଏହି ଫୋନକୁ IP68 ଏବଂ IP69 ରେଟିଂ ମଧ୍ୟ ମିଳିଛି।
ଏହି ଫୋନଟି, Vapour Cooling Chamber ସହ ଆସୁଛି, ଏହାକୁ କମ୍ପାନୀ 3 ବର୍ଷ ପାଇଁ OS ଅପଗ୍ରେଡ୍ ଦେବ। ଏହି ଫୋନ୍ କିଣିବା ପାଇଁ ଆପଣଙ୍କୁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ଏବଂ ଏହି ଫୋନ୍ରେ ଆପଣ କେଉଁ ସବୁ ଫିଚର୍ସ ପାଇବେ ଆସନ୍ତୁ ଜାଣିବା..
Motorola Edge 60 Pro ସ୍ପେସିଫିକେସନ୍:
କ୍ୟାମେରା: ଏହି ଫୋନର ପଛରେ 50-ମେଗାପିକ୍ସେଲ Sony LYT 700C ପ୍ରାଇମେରୀ କ୍ୟାମେରା ରହିବ, ଏଥିସହ 50-ମେଗାପିକ୍ସେଲ ଅଲ୍ଟ୍ରା ୱାଇଡ୍ ଏବଂ ମାଇକ୍ରୋ କ୍ୟାମେରା ଏବଂ 50x AI ସୁପର ଜୁମ୍ ସପୋର୍ଟ ରହିବ। ଫୋନର ସାମ୍ନାରେ ଏକ 50 ମେଗାପିକ୍ସେଲ ସେଲଫି କ୍ୟାମେରା ଦିଆଯାଇଛି।
ପ୍ରୋସେସର: ସ୍ପିଡ୍ ଏବଂ ମଲ୍ଟିଟାସ୍କିଂ ପାଇଁ, Motorola Edge 60 Pro ରେ MediaTek Dimensity 8350 Extreme ପ୍ରୋସେସର ବ୍ୟବହାର କରାଯାଇଛି। ଏହି ଫୋନ୍ AnTuTu ପରୀକ୍ଷଣରେ 15 ଲକ୍ଷରୁ ଅଧିକ ସ୍କୋର କରିଛି।
ବ୍ୟାଟେରୀ: 90W ଟର୍ବୋପାୱାର ଚାର୍ଜିଂ ସପୋର୍ଟ ସହିତ ପାୱାରଫୁଲ 6000mAhର ବ୍ୟାଟେରୀ ଦିଆଯାଇଛି। ଏହି ଫୋନଟି 15 ୱାଟ୍ ୱାୟାରଲେସ୍ ଚାର୍ଜିଂ ସପୋର୍ଟ ସହିତ ଲଞ୍ଚ କରାଯାଇଛି।
ଡିସପ୍ଲେ: ଏହି ନୂତନତମ ସ୍ମାର୍ଟଫୋନରେ 6.7 ଇଞ୍ଚ ଡିସପ୍ଲେ ଅଛି ଯାହା 1.5K ରିଜୋଲ୍ୟୁସନକୁ ସମର୍ଥନ କରେ। ଏହି ଫୋନଟି HDR10 Plus ଏବଂ 4500 nits ପିକ୍ ବ୍ରାଇଟନେସ୍ ସପୋର୍ଟ ସହିତ ଆସିଥାଏ।
ଭାରତରେ Motorola Edge 60 Pro ର ମୂଲ୍ୟ:
ମୋଟୋରୋଲା କମ୍ପାନୀର ଏହି ନୂଆ ସ୍ମାର୍ଟଫୋନ୍ ଦୁଇଟି ଭାରିଆଣ୍ଟରେ ଲଞ୍ଚ ହୋଇଛି, 8 GB RAM / 256 GB ଷ୍ଟୋରେଜ୍ ଭାରିଆଣ୍ଟ 29,999 ଟଙ୍କାରେ ଉପଲବ୍ଧ ହେବ।
ସେହିପରି, 12 GB / 256 GB ଭାରିଆଣ୍ଟ କିଣିବା ପାଇଁ, ଆପଣଙ୍କୁ 33999 ଟଙ୍କା ଖର୍ଚ୍ଚ କରିବାକୁ ପଡିବ, Flipkart ରେ ଗ୍ରାହକମାନଙ୍କ ପାଇଁ ଫୋନର ପ୍ରି-ବୁକିଂ ଆରମ୍ଭ ହୋଇଯାଇଛି।