fbpx

ଭାରତରେ ଲଞ୍ଚ ହେଲା Motorola Razr 50 Ultra, ଜାଣନ୍ତୁ ଏହି ଫୋଲ୍ଡିଂ ଫୋନର ମୂଲ୍ୟ ଏବଂ ଫିଚର

Advertisement

ନୂଆଦିଲ୍ଲୀ: ମୋଟୋରୋଲା ନିଜ ଗ୍ରାହକଙ୍କ ପାଇଁ ଚୀନ ମାର୍କେଟରେ Motorola Razr 50 ସିରିଜ ଲଞ୍ଚ କରିଥିଲା । ଭାରତୀୟ ୟୁଜର୍ସ ଉତ୍ସାହର ସହ ଏହି ସ୍ମାର୍ଟଫୋନର ସିରିଜର ଅପେକ୍ଷା କରିଥିଲେ। ତେବେ ବର୍ତ୍ତମାନ ଭାରତରେ Motorola Razr 50 ସିରିଜ ଲଞ୍ଚ ହୋଇଛି। ମୋଟୋରୋଲା ଏହି ସିରିଜକୁ ଭାରତରେ ଲଞ୍ଚ କରିବାପରେ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କମ୍ପାନୀ କନଫର୍ମ କରିଛି ଯେ, Motorola Razr 50 ରେ Moto AI ଫିଚର୍ସ ଦିଆଯାଇଛି ।

କମ୍ପାନୀ ଅଲ୍ଟ୍ରା ମଡେଲ ସହ ବେସ୍ ମଡେଲକୁ ଲଞ୍ଚ କରିଛି । Motorola Razr 50 ରେ ମିଳୁଥିବା ଏଆଇ ଫିଚର୍ସରେ Magic Canvas, Action Shot, Photomoji, Style Sync, horizontal lock, adaptive stabilisation ସାମିଲ ରହିଛି। ଏହି ଫୋନ ୨୦ ଜୁଲାଇରୁ ଆମାଜନରେ ବିକ୍ରି ହେବ । ଏହା ବ୍ୟତୀତ ୟୁଜର୍ସ ଏହି ଫୋନକୁ ମୋଟୋରୋଲାର ୱେବସାଇଟ ଏବଂ ଟିଡିଙ୍ଗ ରିଟେଲ ପାର୍ଟନର୍ସ ଭଳି ରିଲାଏନ୍ସ ଡିଜିଟାଲ ଆଦିରୁ ବି ଆପଣ କିଣିପାରିବେ ।

ୟୁଜର୍ସଙ୍କୁ ଏହି ଲଞ୍ଚ ଅଫରରେ Moto Buds+ ଫ୍ରୀରେ ମିଳିବ । ଏଥିସହ କମ୍ପାନୀ ୫୦୦୦ ଟଙ୍କା ଡିସକାଉଣ୍ଟ ବି ଅଫର କରୁଛି । ଏହା ବ୍ୟତୀତ କିଛି ଚୟନ ବ୍ୟାଙ୍କ କ୍ରେଡିଟ କାର୍ଡ ଜରିଆରେ ଏହି ଫୋନ ଉପରେ ୫୦୦୦ ଟଙ୍କାର ଅତିରିକ୍ତ ଡିସକାଉଣ୍ଟ ମଧ୍ୟ ଦିଆଯିବ । ଏହି ଦୁଇ ଅଫର୍ସର ଫାଇଦା ଉଠାଇ ୟୁଜର୍ସ ଏହି ଫୋନର ପ୍ରଥମ ସେଲରେ ୮୯ ହଜାର ୯୯୯ ଟଙ୍କାରେ କିଣିପାରିବେ ।

ସ୍ପେସିଫିକେସନ ଏବଂ ଫିଚର୍ସ:
ପ୍ରାଇମେରୀ ଡିସପ୍ଲେ: ଏହି ଫୋନରେ ୬.୯ ଇଞ୍ଚର LTPO pOLED ସ୍କ୍ରିନ ଦିଆଯାଇଛି, ଯାହା ଫୁଲ ଏଚଡି ପ୍ଲସ, ୧୦-ବିଟ କଲର ଡେପଥ, 165Hz ରିଫ୍ରେସ ରେଟ ଏବଂ ୩୦୦ ପିକ ବ୍ରାଇଟନେସ ସହ ଆସିଛି ।

ସେକେଣ୍ଡାରୀ ଡିସପ୍ଲେ: ଏହି ଫୋନର ଦ୍ୱିତୀୟ ଡିସପ୍ଲେ, LTPO pOLED ରିଫ୍ରେସ ରେଟ ଏବଂ ୨୪୦୦ ପିକ ବ୍ରାଇଟନେସ ସହ ଆସିଥାଏ । ଏହି ଡିସପ୍ଲେକୁ ଆପଣ ବାହାର ଡିସପ୍ଲେ ବି କହିପାରିବେ ।

ପ୍ରୋସେସର: ଏହି ଫୋନରେ ପ୍ରୋସେସର ପାଇଁ Qualcomm Snapdragon 8s Gen 3 ଚିପସେଟ ଦିଆଯାଇଛି । ଯାହା ସହ ଗ୍ରାଫିକ୍ସ ପାଇଁ Adreno 735 GPU ର ବ୍ୟବହାର କରାଯାଇଛି ।

ସଫ୍ଟୱେୟାର: ଏହି ଫୋନ  Android 14 ରେ ବେଷ୍ଟ Hello UI ଓଏସ ସହ ଆସିଥାଏ ।

RAM ଏବଂ ଷ୍ଟୋରେଜ: 12GB LPDDR5X RaM, 512GB UFS 4.0 ଷ୍ଟୋରେଜ ।

ରିୟର କ୍ୟାମେରା: ମେନ କ୍ୟାମେରା 50MP, ଯାହା ୧/୧.୯୫ ଇଞ୍ଚ ସେସନ୍ସର, OIS ସପୋର୍ଟ ଏବଂ ଏଫ/୨.୦ ଏବଂ ସେନ୍ସର ସାଇଜ ୧/୧.୯୫ ଇଞ୍ଚ ଅଟେ । ଏହି କ୍ୟାମେରା 2x  ଅପ୍ଟିକାଲ ଜୁମ ଲେନ୍ସ ସହ ଆସିଥାଏ ।

ଫ୍ରଣ୍ଟ କ୍ୟାମେରା: ସେଲଫି ଏବଂ ଭିଡିଓ କଲିଂ ପାଇଁ ଏଥିରେ ୩୨ ମେଗାପିକ୍ସେଲର ଏକ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି, ଯାହାର ଅପର୍ଚର ଏଫ/୨.୪ ରହିଛି ।

ବ୍ୟାଟେରୀ ଏବଂ ଚାର୍ଜିଙ୍ଗ: 4000mAh, 45W ଟର୍ବୋଫାଷ୍ଟ ଚାର୍ଜିଂ, 15W ୱେୟାରଲେସ ଚାର୍ଜିଂ, 5W ରିଭର୍ସ ଚାର୍ଜିଙ୍ଗ ସପୋର୍ଟ ଦିଆଯାଇଛି ।

କନେକ୍ଟିଭିଟୀ: ଫୋନରେ ଡୁଆଲ-ସିମ, 5G, ୱାଇ-ଫାଇ 7 802.11be, ବ୍ଲୁଟୁଥ ୫.୪, ଏନଏଫସି, ଜିପିଏସ ସମେତ ଅନେକ କନେକ୍ଟିଭିଟୀ ଫିଚର୍ସ ରହିଛି ।

Get real time updates directly on you device, subscribe now.