fbpx

‘ନାଗୁଣୀ’ ଲଗାଇଦେଲେ ନିଆଁ, ଭାଇରାଲ୍ ହେଉଛି ଫଟୋ

Advertisement

ଓଡ଼ିଶା ଭାସ୍କର ବ୍ୟୁରୋ: ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଅଭିନେତ୍ରୀଙ୍କ ଫଟୋ ମଧ୍ୟରେ ଛୋଟ ପରଦାର ‘ନାଗୁଣୀ’ ରହିଛନ୍ତି ଆଗରେ । ମଉନ ଭାବେ ସେ ନିଜ ଫ୍ୟାନ୍ସଙ୍କ ମନରେ ଆକର୍ଷଣ ସୃଷ୍ଟି କରିବାର କଳା ଜାଣନ୍ତି । ନାଁ ଯେମିତି ମୌନି, ସେମିତି ଚର୍ଚ୍ଚାରେ ତାଙ୍କ ବିକିନି ଅବତାର ।

Mouni Roy

ହଟ୍-ବୋଲ୍ଡ ଫଟୋ ଶୁଟ୍ ପାଇଁ ମୌନି ସର୍ବଦା ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ ରହୁଥିବାବେଳେ ନିକଟରେ ଶେଆର୍ ହୋଇଥିବା ଫଟୋ ଶୁଟ୍ ପୂରା ନିଆଁ ଲଗାଇ ଦେଇଛି । ଫଟୋରେ ମୌନି ପ୍ରିଣ୍ଟେଡ୍ ବିକିନି ପିନ୍ଧିଥିବାବେଳେ ସାଧାରଣ ମେକଅପ୍ ଆଉ ଖୋଲା ଚୁଟିରେ ଦେଖା ଦେଇଛନ୍ତି । ଏହି ନୂଆ ଲୁକ୍ରେ ମୌନି ଖୁବ୍ ହଟ୍ ଆଉ ବୋଲ୍ଡ ଲାଗୁଛନ୍ତି । ମୌନିଙ୍କ ଫ୍ୟାନ୍ସ ଫଟୋଗୁଡ଼ିକୁ ଖୁବ୍ ପସନ୍ଦ କରୁଥିବାବେଳେ ଅନେକ ସେମାନଙ୍କ ‘ଦିଲ୍ କି ଧଡ଼କନ୍’ ବଢ଼ିଗଲା ବୋଲି ମତ ଦେଇଛନ୍ତି ।

Mouni Roy hot

ଛୋଟ ପରଦାରେ ସଫଳ ଅଭିନେତ୍ରୀ ମୌନି ଖୁବ୍ ଶୀଘ୍ର ବଡ଼ ପରଦା ‘ବ୍ରହ୍ମାସ୍ତ୍ର’ରେ ଆସିବେ । ଉକ୍ତ ଫିଲ୍ମରେ ରଣବୀର କପୁର ଆଉ ଆଲିଆ ଭଟ୍ଟଙ୍କ ସମେତ ବିଗ୍ ବି ଅମିତାଭଙ୍କ ସହ ଦେଖାଦେବେ ମୌନି । ୧୯୮୫ ମସିହାରେ ଜନ୍ମିତ ମୌନି ୨୦୦୬ରୁ ଅଭିନୟ ଜଗତରେ ସକ୍ରିୟ ରହିଛନ୍ତି । ବିଶେଷକରି ଛୋଟ ପରଦାରେ ଖୁବ୍ ନାଁ କମାଇବା ପରେ ୨୦୦୪ରେ ସେ ‘ରନ୍’ ଫିଲ୍ମ ମାଧ୍ୟମରେ ବଲିଉଡ୍ ଏଣ୍ଟ୍ରି କରିଥିଲେ । ସେହିପରି ୨୦୧୧ରେ ପଞ୍ଜାବୀ ଫିଲ୍ମରେ ଅଭିନୟ କରିଥିଲେ । ତେବେ ୨୦୧୮ରେ ଗୋଲ୍ଡ ଫିଲ୍ମ ପାଇଁ ବେଷ୍ଟ ଫିମେଲ୍ ଡେବ୍ୟୁ ଫିଲ୍ମଫେଆର୍ ଆୱାର୍ଡ ନୋମିନେଟେଡ୍ ହୋଇଥିଲେ । ସେହିପରି ୨୦୨୦ରେ ‘ଜୀ୫’ ରିଲିଜ୍ କରିଥିବା ଲଣ୍ଡନ କନଫିଡେନ୍ସିଆଲ୍ରେ ମୌନିଙ୍କ ଅଭିନୟ ଚର୍ଚ୍ଚାରେ ରହିଥିଲା । ବ୍ରହ୍ମାସ୍ତ୍ରରେ ସେ ଦମୟନ୍ତୀ ଭୂମିକାରେ ଦେଖାଦେବେ ।

Get real time updates directly on you device, subscribe now.