fbpx

ବଲିଉଡ଼ ଜଗତକୁ କରୋନା ପ୍ରଭାବ, ବନ୍ଦ ହେଲା ଫିଲ୍ମ୍ ‘ପଠାନ’ ଏବଂ ‘ବ୍ରହ୍ମାସ୍ତ୍ର’ର ସୁଟିଙ୍ଗି

ମୁମ୍ବାଇ ୯ା୪ (ଓଡିଶା ଭାସ୍କର) :  ଦେଶରେ କରୋନା ସଂକ୍ରମଣ ଦୃତ ବେଗରେ ବଢିବାରେ ଲାଗିଛି । ଏହାର ସବୁଠାରୁ ବେଶୀ ପ୍ରଭାବ ମହାରାଷ୍ଟ୍ରରେ ଦେଖିବାକୁ ମିଳିଛି । କରୋନା ସଂକ୍ରମଣ ପାଇଁ ସବୁ ସହରରେ କଡ଼ାକଡ଼ି ଭାବେ ନିୟମ ଲାଗୁ କରି ଦେଇଛନ୍ତି ମହାରାଷ୍ଟ୍ର ସରକାର । ଏହି କରୋନାର ପ୍ରଭାବ ବଲିଉଡ଼ ଜଗତ ଉପରେ ମଧ୍ୟ ପଡ଼ିଛି । ବଲିଉଡ଼ କଳାକାରମାନେ କରୋନା ପଜିଟିଭ ହେବା ସହିତ ଫିଲ୍ମି ଏବଂ ଟିବି ସିରିୟଲସ୍ ଉପରେ ବହୁତ ପ୍ରଭାବ ପକାଇଛି । ଏନେଇ ଅନେକ ଫିଲ୍ମ୍ ଓ ସିରିୟଲ୍ ବନ୍ଦ କରିବାକୁ ପଡ଼ିଛି । ଏଥି ମଧ୍ୟରେ ରଣବୀର କାପୁରଙ୍କ ଫିଲ୍ମ୍ ‘ବ୍ରହ୍ମାସ୍ତ୍ର’ ଏବଂ ଶାହରୁଖାନଙ୍କ ଫିଲ୍ମ୍ ‘ପଠାନ’ ର ସୁଟିଙ୍ଗି କିଛିଦିନ ପାଇଁ ବନ୍ଦ କରି ଦିଆଯାଇଛି ।

ମଳିଥିବା ସୂଚନାରୁ ଜଣାପଡ଼ିଛି ଯେ ଏହି ଫିଲ୍ମ୍ ଗୁଡ଼ିକ ସୁଟିଙ୍ଗି ପାଇଁ ଯଉଁଭଳି ସେଟସ୍ ଦରକାର ହୋଇଥାଏ ସେମାନଙ୍କର ଏବେଯାଏ କଂଷ୍ଟ୍ରକ୍ସନ କାମ ସରି ନାହିଁ । ଏହି ସେଟକୁ ତିଆରି କରିବା ପାଇଁ ଅତି କମରୁ ୨୫୦ ଜଣ ଲୋକଙ୍କର ଆବଶ୍ୟକତା ପଡ଼ିଥିବା ବେଳେ ୧ ମାସ ଯାଏ କାମ କରିବାକୁ ପଡ଼େ । ଏବେ ଲକ୍ଡ଼ାଉନ ଯୋଗୁ କାମ କରିବାରେ ସମସ୍ୟା ଦେଖା ଯାଉଛି ।

ଶହରୁଖାନଙ୍କ ‘ପଠାନ’ ଫିଲ୍ମ୍ ର ସୁଟିଙ୍ଗି କିଛିଦିନ ପୂର୍ବେ ବିଦେଶରେ ହୋଇଥିଲା । ଯାହାର କିଛିଟା ଭିଡ଼ିଓ ଦେଖିବାକୁ ମଳିଥିଲା । ଅନ୍ୟପଟେ ରଣବୀର କାପୁରଙ୍କ ଫିଲ୍ମ୍ ‘ବ୍ରହ୍ମାସ୍ତ୍ର’ ର ବହୁତ ଦିନ ଧରି ସୁଟିଙ୍ଗି ଚାଲିଥିଲେ ମଧ୍ୟ କରୋନା ଏବଂ ଲକ୍ଡ଼ାଉନ ପାଇଁ ଏପର୍ଯ୍ୟନ୍ତ ଶେଷ ହୋଇ ପାରିନାହିଁ ।

Get real time updates directly on you device, subscribe now.