fbpx

ବାତିଲ ହେଲା ପଞ୍ଚାୟତ ନିର୍ବାଚନ: ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

Advertisement

ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ବାତିଲ ହୋଇପାରେ ପଂଚାୟତ ନିର୍ବାଚନ । ସରକାରଙ୍କ ମୁଡ ଦେଖିଲେ ଲାଗୁଛି ଏବେ ପଂଚାୟତ ନିର୍ବାଚନ କରାଇବାକୁ ଆଉ ରାଜି ନୁହନ୍ତି । ନିର୍ବାଚନ ବନ୍ଦ କରିବାକୁ ପ୍ରସ୍ତାବ ପାରିତ କରିଛି ମଧ୍ୟପ୍ରଦେଶ କ୍ୟାବିନେଟ । ଏହାକୁ ଅନୁମୋଦନ ପାଇଁ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଛି । କିଛି ଦିନ ତଳେ ବିଧାନସଭାରେ ଏ ସଂପର୍କିତ ଏକ ସଂକଳ୍ପ ପାରିତ ହୋଇଥିଲା । ଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦିଆଯାଇପାରିବନି ବୋଲି ସୁପ୍ରିମକୋର୍ଟ କହିବା ପରେ ବ୍ୟାକଫୁଟକୁ ଚାଲିଯାଇଛନ୍ତି ଶିବରାଜ ସିଂ ସରକାର ।

ଆଗାମୀ ପଂଚାୟତ ନିର୍ବାଚନ ପାଇଁ ଜାରି ବିଜ୍ଞପ୍ତିରେ ନିର୍ଧାରିତ କୋଟାଠାରୁ ଓବିସିଙ୍କୁ ସଂରକ୍ଷଣ ଦିଆଯାଇଥିଲା । ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲଞ୍ଜ କରିବା ପରେ ସର୍ବୋଚ ନ୍ୟାୟଳୟ ଓବିସିଙ୍କ ପାଇଁ ସଂରକ୍ଷିତ ରଖିଥିବା ଆସନକୁ ସାଧାରଣ ବର୍ଗଙ୍କ ପାଇଁ କରିଦେବାକୁ କହିଥିଲେ । ନିର୍ବାଚନ କମିଶନଙ୍କୁ ଏ ସଂପର୍କରେ ସାନି ବିଜ୍ଞପ୍ତି ଜାରି କରିବାକୁ କହିବା ପରେ ଆଉ ପଂଚାୟତ ନିର୍ବାଚନ କରାଇବା ସପକ୍ଷରେ ନାହାନ୍ତି ଶିବରାଜ ସରକାର । ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଖଲ କରିବା ସହ ବର୍ତମାନ ପରିସ୍ଥିତିରେ ଓବିସିଙ୍କୁ ଛାଡି ପଂଚାୟତ ନିର୍ବାଚନ କରାଇବାକୁ ରାଜି ନୁହନ୍ତି ସରକାର ।

Get real time updates directly on you device, subscribe now.