fbpx

ତୃତୀୟ ଦିନରେ ଉଦ୍ଧାର ପାଇଲା ୩୦୦ ଫୁଟ୍ ଗଭୀର ବୋରୱେଲ ଗାତରେ ଖସି ପଡିଥିବା ଶିଶୁ, ରୋବଟ୍ ଟିମ୍ କଲା ସହାୟତା

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସିହୋରରେ ୩୦୦ ଫୁଟ ଗଭୀର ବୋରୱେଲ ତଳେ ଖସି ପଡିଥିବା ଅଢେଇ ବର୍ଷର ଶିଶୁକନ୍ୟା ସୃଷ୍ଟିକୁ ତୃତୀୟ ଦିନରେ ଉଦ୍ଧାର କରାଯାଇଛି । ସୃଷ୍ଟିକୁ ବୋରୱେଲରୁ ବାହାର କରାଯିବା ପରେ ଜିଲ୍ଲା ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ତେବେ ସୃଷ୍ଟିକୁ ବୋରୱେଲରୁ ରୋବଟ୍ ଟିମ୍ ଉଦ୍ଧାର କରିଛି ।

ପିଲାକୁ ବୋରୱେଲରୁ ଉଦ୍ଧାର କରିବା ଲାଗି ଗୁରୁବାର ସକାଳେ ରୋବଟିକ୍ ଏକ୍ସପର୍ଟ ଟିମ୍ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଥିଲେ । ଗତ ୩ ଦିନ ଧରି ପାଇପ୍ ଜରିଆରେ ତାକୁ ଅକ୍ସିଜେନ୍ ଦିଆଯାଉଥିଲା । ତେବେ ପିଲାଟି ଆହୁରି ତଳକୁ ଚାଲିଯିବାରୁ ତାର ଉଦ୍ଧାର କାର୍ଯ୍ୟ ଅଧିକ ଜଟିଳ ହୋଇ ପଡିଥିଲା । ପିଲାଟି ପ୍ରାୟ ୧୦୦ ଫୁଟ ଗଭୀରକୁ ଚାଲି ଯାଇଥିଲା । ତାକୁ ବଞ୍ଚାଇବା ଲାଗି ସେନା,ଏନଡିଆରଏଫ୍, ଏସଡିଆରଏଫ୍ ଓ ସ୍ଥାନୀୟ ପ୍ରଶାସନ ଟିମ୍ ଲାଗି ପଡିଥିଲେ । ତେବେ ଗୁରୁବାର ସନ୍ଧ୍ୟା ୫ଟା ୪୫ ମିନିଟ୍ରେ ସୃଷ୍ଟିକୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ଜିଲ୍ଲା ହସ୍ପିଟାଲ୍ ପହଞ୍ଚାଯାଇଛି । ସୃଷ୍ଟିକୁ ଏନଡିଆରଏଫ୍ ଓ ଏସଡିଆରଏଫ୍ ସହିତ ରୋବଟ୍ ଟିମ୍ ଉଦ୍ଧାର କରିଛି ।ଏଠାରେ ସୂଚାଇ ଦିଆଯାଇପାରେ ଯେ, ସିହୋର ମୁଙ୍ଗାବଲୀର ଅଢେଇ ବର୍ଷର ଶିଶୁ କନ୍ୟା ସୃଷ୍ଟି ଖେଳୁଥିବା ସମୟରେ ବୋରୱେଲ ଗାତରେ ଗଳି ପଡିଥିଲା ।

Get real time updates directly on you device, subscribe now.