ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ ଆଶ୍ବସ୍ତି! ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ମାମଲାରେ ହେଲେ ନିର୍ଦ୍ଦୋଷ, କହିଲେ ସତ୍ୟର ଜୟ ହୋଇଛି

ସାଂସଦ ପ୍ରଦୀପ ପାଣିଗ୍ରାହୀ ୨ଟି ମାମଲାରେ ନିର୍ଦ୍ଦୋଷ । ସତ୍ୟର ବିଜୟ ହୋଇଛି ବୋଲି କହିଲେ ପ୍ରଦୀପ ।

ଭୁବନେଶ୍ବର: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ବଡ ଆଶ୍ବସ୍ତି । ଟାଟା କଂପାନିରେ ଚାକିରି ନାଁରେ ଠକେଇ ମାମଲାରେ ନିର୍ଦ୍ଦୋଷ ହୋଇଛନ୍ତି । ପ୍ରଦୀପ ପାଣିଗ୍ରାହୀ ୨ଟି ମାମଲାରେ ନିର୍ଦ୍ଦୋଷ ହୋଇଛନ୍ତି ।

2ଟି ମାମଲାରେ ଆଶ୍ବସ୍ତି- ଚାକିରି ଦେବା ନାଁରେ ଟଙ୍କା ଠକେଇ ମାମଲାରେ ନିର୍ଦ୍ଦୋଷ ହୋଇଥିବା ବେଳେ ଗୋଳନ୍ଥରା ଥାନା ଓ ବୈଦ୍ୟନାଥପୁର ଥାନା ମାମଲାରେ ନିର୍ଦ୍ଦୋଷ ହୋଇଛନ୍ତି । ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟ୍‌ ଗ୍ରାମାଞ୍ଚଳ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି ।

ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ତାଙ୍କର ଭାବି ଜ୍ବାଇଁ ଆକାଶ ପାଠକ ଓ ତାଙ୍କ ବାପା ଅଭୟକାନ୍ତ ପାଠକ ମଧ୍ୟ ନିର୍ଦ୍ଦୋଷ ହୋଇଛନ୍ତି ।

ବ୍ରହ୍ମପୁର ସାଂସଦଙ୍କ ପ୍ରତିକ୍ରିୟା- ନିର୍ଦ୍ଦୋଷ ହେବା ପରେ ପ୍ରତିକ୍ରିୟା ରଖିଲେ ପ୍ରଦୀପ ପାଣିଗ୍ରାହୀ । ସତ୍ୟର ବିଜୟ ହୋଇଛି ବୋଲି କହିଲେ ପ୍ରଦୀପ । ପୂର୍ବ ସରକାର ଆକ୍ରୋଶମୂଳକ ଭାବେ ମାମଲା କରିଥିଲେ ବୋଲି କହି ସେ ଟାର୍ଗେଟ କରିଛନ୍ତି ।

ଆଜି କୋର୍ଟରୁ ଏହି ୩ ଜଣଙ୍କୁ ଆଶ୍ବସ୍ତି ମିଳିଥିବା ବେଳେ ଅନ୍ୟ ୩ଟି ମାମଲରେ ଆସନ୍ତାକାଲି ଶୁଣାଣି ହେବା ନେଇ ସୂଚନା ରହିଛି । ସୂଚନାଯୋଗ୍ୟ ଯେ, ଟାଟା ମୋଟର୍ସରେ ଚାକିରି କରେଇଦେବା ନାଁରେ ଠକେଇ ମାମଲାରୁ ପୂର୍ବରୁ ୫ ଜଣ ଏତଲାକାରୀ ଓହରି ଯାଇଥିଲେ । ଆଜି ଏହି ମାମଲାରେ ସେ ନିର୍ଦ୍ଦୋଷ ହୋଇଛନ୍ତି ।