fbpx

ରାଜ୍ୟସଭାରୁ ସସପେଣ୍ଡ୍ ହେଲେ ସାଂସଦ ଶାନ୍ତନୁ ସେନ୍, ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ…

ନୂଆଦିଲ୍ଲୀ: ରାଜ୍ୟସଭାରେ ଟିଏମସି ସାଂସଦ ଶାନ୍ତନୁ ସେନଙ୍କୁ ସସପେଣ୍ଡ୍ କରାଯାଇଛି । ଚଳିତ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ତାଙ୍କୁ ସସପେଣ୍ଡ କରାଯାଇଥିବା ଜଣାପଡିଛି । ତେବେ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ ଶାନ୍ତନୁ କାଗଜପତ୍ର ଛଡାଇ ଚିରି ଫିଙ୍ଗିଦେଇଥିଲେ । ଶାନ୍ତନୁଙ୍କ ଏହି ଅସାମ୍ବିଧାନିକ ଆଚରଣ ପାଇଁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ତେବେ ସସପେଣ୍ଡ ପରେ ରାଜ୍ୟସଭା ଅଧ୍ୟକ୍ଷ ଶାନ୍ତନୁଙ୍କୁ ବାହାରିଯିବାକୁ କହିଥିଲେ । ଗୁରୁବାର ଦିନ ଶାନ୍ତନୁ ରାଜ୍ୟସଭାରେ ଏଭଳି କାଣ୍ଡ ଘଟାଇଥିଲେ । କାଲିଠାରୁ ଚର୍ଚ୍ଚାରେ ରହିଥିବା ସାଂସଦ ଶାନ୍ତନୁ ପେଶାରେ ଜଣେ ଡାକ୍ତର ଥିବା ବେଳେ ସେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନର ମଧ୍ୟ ଅଧ୍ୟକ୍ଷ ଥିଲେ ।

Get real time updates directly on you device, subscribe now.