ଭଣଜା ସହିତ ଫେରାର ମହିଳା, ଦୁର୍ଘଟଣା ପରେ ହାତ ଛାଡ଼ିଲା ଆଶିକ୍…ଏବେ ସ୍ବାମୀକୁ ଭୁଲ୍ ମାଗି ହେଉଛି କାକୁତି ମିନତି

ସବୁ ଲାଜ ସରମ ଛାଡ଼ି ଭଣଜା ସହ ଫେରାର ହେଉଥିଲା ମହିଳା । ଅଧାବାଟରେ ଦୁର୍ଘଟଣା ହେବାରୁ ମାଇଁର ହାତ ଛାଡ଼ି ପଳାଇଲା ଭଣଜା ।

ମଧ୍ୟପ୍ରେଦଶ: ସବୁ ଲାଜ ସରମ ଛାଡ଼ି ଭଣଜା ସହ ଫେରାର ହେଉଥିଲା ମହିଳା । ଅଧାବାଟରେ ଦୁର୍ଘଟଣା ହେବାରୁ ମାଇଁର ହାତ ଛାଡ଼ିଦେଲା ଭଣଜା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଶିବପୁର ଜିଲ୍ଲାରେ । ଏଠାରେ ଜଣେ ମହିଳା ତାଙ୍କ ଭଣଜା ସହିତ ଘରୁ ଲୁଚି ପଳାଉଥିବା ବେଳେ ରାସ୍ତାରେ ସେମାନଙ୍କର ବାଇକ ଖସିଗଲା । ଦୁର୍ଘଟଣାରେ ପ୍ରମୀ ଯୁଗଳଙ୍କ ସହିତ ମହିଳାଙ୍କ ଝିଅ ବି ଆହତ ହୋଇଛନ୍ତି । ଏବେ ଆହତମାନଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ସିରସୌଦର ଚାହର ନିବାସୀ ରାଜୁ କୁଶୱାହାଙ୍କ ପତ୍ନୀ 30 ବର୍ଷୀୟା ଅଞ୍ଜଳିଙ୍କ ସମ୍ପର୍କୀୟ ଭଣଜା ନରେନ୍ଦ୍ର କୁଶୱାହାଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ଏହି କାରଣରୁ ଉଭୟ ଘରୁ ପଳାଇଯିବାକୁ ଯୋଜନା କରିଥିଲେ। ନରେନ୍ଦ୍ର ଏବଂ ଅଞ୍ଜଳ ତାର ଉଭୟ ପିଲାଙ୍କୁ ବାଇକ୍ ଉପରେ ବସାଇ ଶିବପୁରୀ ଆଡକୁ ଯାଉଥିବା ବେଳେ ରାସ୍ତାରେ ସେମାନଙ୍କର ବାଇକ୍ ନିୟନ୍ତ୍ରଣ ହରାଇ ଖସି ଯାଇଥିଲା।

୮ ବର୍ଷ ପୂର୍ବେ ବିବାହ କରିଥିଲେ

ମହିଳା ପ୍ରାୟ ୮ ବର୍ଷ ପୂର୍ବେ ବିବାହିତ ହୋଇଥିଲେ ଏବଂ ତାଙ୍କର ଦୁଇଟି ସନ୍ତାନ ଅଛି। ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ କିଛି ସମୟ ଧରି ତାଙ୍କ ସ୍ତ୍ରୀ ତାଙ୍କ ପିଉସୀଙ୍କ ଝିଅର ପୁଅ ସହିତ ମୋବାଇଲରେ କଥା ହେଉଥିଲେ। ଶନିବାର ଅପରାହ୍ନରେ ସେ ଶୌଚ ବାହାନାରେ ଉଭୟ ପିଲାଙ୍କ ସହିତ ଘରୁ ବାହାରି ତାଙ୍କ ପ୍ରେମିକଙ୍କ ସହିତ ବାଇକ୍ ଯୋଗେ ପଳାଇ ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା।

ମହିଳା କ୍ଷମା ମାଗିଥିଲେ

ଦୁର୍ଘଟମା ପରେ ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପ୍ରେମିକ କିନ୍ତୁ ବାଇକ୍ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଆହତ ଅବସ୍ଥାରେ ଛାଡ଼ି ପଳାଇଯିବାର କାହାଣୀ ଯିଏ ଶୁଣୁଛି, ସିଏ ଉପହାସ କରୁଛି। ମହିଳା ଜଣକ ତାଙ୍କ ଭୁଲ ପାଇଁ ଏବେ ତାଙ୍କ ସ୍ୱାମୀଙ୍କୁ କ୍ଷମା ମାଗିଥିବା ମଧ୍ୟ ଦେଖାଯାଇଛି।