ବର୍ତ୍ତିଲେ କ୍ୟାପ୍ଟେନ୍ କୁଲ୍, ଦେବେ ୧୦୦ କୋଟି..
ଟିମ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନୀଙ୍କ ମାନହାନିର ମାମଲା ପୁଣିଥରେ ଚର୍ଚ୍ଚାରେ ରହିଛି..
ନୂଆଦିଲ୍ଲୀ: ଆଇପିଏଲର ସ୍ପଟ ଫିକ୍ସିଂ ମାମଲାରେ ପୂର୍ବତନ କ୍ୟାପ୍ଟେନ ଏମଏସ ଧୋନୀଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଥିବା ଲୋକଙ୍କ ଖରାପ ସମୟ ଆରମ୍ଭ ହୋଇଗଲା। ମାଡ୍ରାସ ହାଇକୋର୍ଟ ଧୋନୀଙ୍କ ପକ୍ଷରୁ ଦାଖଲ ହୋଇଥିବା ୧୦ ବର୍ଷ ପୁରୁଣା ମାନହାନି ମାମଲାର ଶୁଣାଣି ଆରମ୍ଭ କରିବାର ନିର୍ଦ୍ଦେଶ ଦେଇଛନ୍ତି।
ଧୋନୀ ଦୁଇ ବଡ଼ ମିଡିଆ ସଂସ୍ଥା ଜଣେ ପ୍ରସିଦ୍ଧ ସମ୍ବାଦିକ ଏବଂ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଜି.ସମ୍ପତ କୁମାରଙ୍କ ବିରୋଧରେ ୧୦୦ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ଏହି ମାମଲା ରୁଜୁ କରିଥିଲେ।
ଅଭିଯୋଗ ରହିଥିଲା ଯେ, ଏହି ଲୋକେ ଧୋନୀଙ୍କ ନାଁ ଆଇପିଏଲ ଦୁର୍ନୀତି ମାମଲାରେ ଆଣିଥିଲେ। ସୋମବାର ଦିନ ଜଷ୍ଟିସ ସି.ବି. କାର୍ତ୍ତିକେୟନ ଜଣେ ଆଡଭୋକେଟ କମିଶନର ନିଯୁକ୍ତ କରିଛନ୍ତି, ଯିଏ ଚେନ୍ନାଇରେ ସମସ୍ତ ପକ୍ଷରୁ ସେମାନଙ୍କ ଓକିଲଙ୍କ ପାଇଁ ସୁବିଧାଜନକ ସ୍ଥାନରେ ଧୋନୀଙ୍କ ପ୍ରମାଣ ଦାଖଲ କରିବ।
ଆଡଭୋକେଟ କମିଶନରଙ୍କ ନିଯୁକ୍ତି ଏଥିପାଇଁ କରାଯାଇଛି କାରଣ ଧୋନୀ ସେଲିବ୍ରିଟି ହେବା ଯୋଗୁଁ ତାଙ୍କ ବ୍ୟକ୍ତିଗତ ଉପସ୍ଥିତିରେ ହାଇକୋର୍ଟରେ ଅବ୍ୟବସ୍ଥା ହୋଇପାରେ।