ଏମଏସ ଧୋନି ସନ୍ନ୍ୟାସକୁ ନେଇ କଲେ ବଡ଼ ଘୋଷଣା, ଆଇପିଏଲ ୨୦୨୫ର ଆରମ୍ଭରୁ ଭାଙ୍ଗିଲେ ନିଜର ନିରବତା
ଆଇପିଏଲ ୨୦୨୫ ଆରମ୍ଭରୁ ଏମଏସ ଧୋନୀଙ୍କ ସନ୍ନ୍ୟାସକୁ ନେଇ, କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ: ଏମଏସ ଧୋନି ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ । ବର୍ତ୍ତମାନ ସେ କେବଳ ଆଇପିଏଲ ଖେଳୁଛନ୍ତି । ଏହି ଆଇପିଏଲରେ ତାଙ୍କର ୧୮ତମ ସିଜନ ।
ଧୋନି ଆଜି ଅର୍ଥାତ ୨୩ ମାର୍ଚ୍ଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳିବେ । ଧୋନି ଏହି ସିଜନର ଆରମ୍ଭ କରିବା ପୂର୍ବରୁ ନିଜର ଭବିଷ୍ୟତ ଯୋଜନା ଉପରେ କଥା ହୋଇ ସନ୍ନ୍ୟାସ ଉପରେ ବଡ଼ ବିବୃତ୍ତି ଦେଇଛନ୍ତି ।
ଏମଏସ ଧୋନି ସନ୍ନ୍ୟାସ ଉପରେ ଦେଲେ ବଡ଼ ବୟାନ: ଏମଏସ ଧୋନି ଜିଓହଟଷ୍ଟାର ସହ ଏକ ଇଣ୍ଟରଭ୍ୟୁରେ ସନ୍ନ୍ୟାସ ଉପରେ ବଡ଼ ବୟାନ ଦେଇଛନ୍ତି।
ତାଙ୍କର ଏହି କଥାରୁ ଜଣାପଡୁଛି ଯେ, ସେ ଆଗକୁ ଆଇପିଏଲ ମ୍ୟାଚ ଖେଳିବା ଜାରି ରଖିବେ । ଧୋନି କହିଛନ୍ତି ଯେ, ସେ ଯେପର୍ଯ୍ୟନ୍ତ ଚାହିଁବେ, ସେପର୍ଯ୍ୟନ୍ତ ସିଏସକେ ପାଇଁ ଖେଳି ପାରିବେ ।
ସେ ଏହାକୁ ନିଜ ଟିମ ବୋଲି କହିଛନ୍ତି । ଏମଏସ ଧୋନି କହିଛନ୍ତି, “ମୁଁ ଯେପର୍ଯ୍ୟନ୍ତ ଚାହିଁବି ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳି ପାରିବି । ଏହା ମୋ ପ୍ରାନଚାଇଜ । ଯଦି ମୁଁ ହ୍ୱିଲଚେୟାର ବି ଥିବି ସିଏସକେ ମୋତେ ଟାଣି ଆଣିବ ।”