ନୂଆଦିଲ୍ଲୀ: ଏମଏସ ଧୋନୀ ଆଇପିଏଲ ୨୦୨୪ରେ ଫ୍ୟାନ୍ସଙ୍କର ଖୁବ ମନୋରଞ୍ଜନ କରିଛନ୍ତି । ସେ ଚେନ୍ନାଇ ସୁପର କିଙ୍ଗ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଛନ୍ତି । ସେ ଚେନ୍ନାଇ ପ୍ଲେ ଅଫରେ ପହଞ୍ଚିପାରିନାହାନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ସିଏସକେ ଶେଷ ଲିଗ୍ ମ୍ୟାଚରେ ହାରିଯିବା ପରେ ପ୍ଲେ ଅଫ୍ ପାଇଁ ରାସ୍ତା ବନ୍ଦ ହୋଇଯାଇଥିଲା । ଅନେକ ଲୋକେ ବେଙ୍ଗାଲୁରୁ ବିପକ୍ଷରେ ଖେଳୁଥିବା ମ୍ୟାଚକୁ ଧୋନୀଙ୍କ ଶେଷ ଆଇପିଏଲ ମ୍ୟାଚ ବୋଲି କହିଛନ୍ତି । ବର୍ତ୍ତମାନ ମାହିଙ୍କ ଆଇପିଏଲ ସନ୍ୟାସ ପୂର୍ବରୁ ବଡ଼ ଅପଡେଟ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ, ସେ ଲଣ୍ଡନ ଯାଇପାରନ୍ତି ।
ଧୋନୀ ଆଇପିଏଲ ୨୦୨୪ର ଆରମ୍ଭରେ ହିଁ ଆହତ ହୋଇଥିଲେ । ଧୋନୀ ପୂରା ସିଜନରେ ମସଲ ଟିୟର କଷ୍ଟରେ ଥିଲେ ସୁଦ୍ଧା ସେ ଖେଳିବା ବନ୍ଦ କରିନଥିଲେ । ମିଡିଆ ରିପୋର୍ଟ ମୁତାବକ, ବର୍ତ୍ତମାନ ଧୋନୀଙ୍କ ଆହତକୁ ନେଇ ସାମ୍ନାକୁ ଆସିଥିବା ଅପଡେଟରେ କୁହାଯାଇଛି ଯେ, ସେ ଚିକିତ୍ସା ପାଇଁ ଲଣ୍ଡନ ଯାଇପାରନ୍ତି । ରିପୋର୍ଟ ରେ ଆଗକୁ କୁହାଯାଇଛି ଯେ, ଧୋନୀ ଚିକିତ୍ସା ପରେ ଆଇପିଏଲରୁ ସନ୍ୟାସ ନେବାକୁ ମଧ୍ୟ ନିଷ୍ପତ୍ତି ନେଇପାରନ୍ତି । ହେଲେ ମହେନ୍ଦ୍ର ସିଂ ଧୋନୀ ସନ୍ୟାସକୁ ନେଇ କୌଣସି କଥା କହିନାହାନ୍ତି ।