fbpx

ପରଦାକୁ ଫେରୁଛି ଧୋନୀଙ୍କ ସାଉଥ ଫିଲ୍ମ: ମନୋରଞ୍ଜନ ଦୁନିଆରେ ହଜିବେ ମାହି

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ବିଶ୍ୱଚାମ୍ପିୟନ ଅଧିନାୟକ ତଥା ମିଷ୍ଟର କୁଲ୍ ମହେନ୍ଦ୍ର ଧୋନୀଙ୍କ ଫିଲ୍ମ ଖୁବଶୀଘ୍ର ଫେରୁଛନ୍ତି ପରଦାକୁ । ନିଜର ସୁଚିନ୍ତିତ ରଣନୀତି, କୌଶଳ, ଅବିଶ୍ୱସନୀୟ ଆତ୍ମବିଶ୍ୱାସ ବଳରେ ବିଶ୍ୱର ବଡ଼ ବଡ଼ ଟିମ୍, ବଡ଼ ବଡ଼ ଖେଳାଳିଙ୍କ ନିଦ ହଜାଇ ଦେଇଥିବା ମାହି ଏବେ ମନୋରଞ୍ଜନ ଦୁନିଆରେ ନିଜକୁ ହଜାଇବେ । ଆଉ ତାଙ୍କର ଏଇ ନୂଆ ଇନିଂସରେ ମତୁଆଲା ହେବ ତାଙ୍କର କୋଟି କୋଟି ଫ୍ୟାନ୍ସ ।

ସୂଚନା ମୁତାବକ, ଧୋନୀଙ୍କ ପ୍ରଡକ୍ସନ ହାଉସ ଦିପାବଳୀ ଅବସରରେ ଏକ ପ୍ରେସ୍ ରିଲିଜ୍ କରିଥିଲା । ଧୋନୀ ତାମିଲରେ ନିଜର ପ୍ରଥମ ଫ୍ୟାମିଲି ଡ୍ରାମା ଫିଚର ଫିଲ୍ମ ନିର୍ମାଣ କରିବେ । ଏହି ଫିଲ୍ମର ପ୍ରସ୍ତୁତି ଏହା ମଧ୍ୟରେ ଆରମ୍ଭ ହୋଇଯାଇଛି ଓ ଖୁବଶୀଘ୍ର ନିର୍ମାତାଙ୍କ ଦ୍ୱାରା ଏହି ଡ୍ରାମା ଫିଲ୍ମର କାଷ୍ଟ ଓ କ୍ରୁ ଘୋଷଣା କରାଯିବ । ରମେଶ ଥମିଲମାନି ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ । ରମେଶ ‘ଅଥର୍ବ-ଦି ଓରିଜିନ’ ନାମକ ଏକ ଉପନ୍ୟାସ ଲେଖିଛନ୍ତି । ଏହ ଫିଲ୍ମରେ ସେ କିଛି ସ୍ୱତନ୍ତ୍ର କରିବେ ବୋଲି ରମେଶ କହିଛନ୍ତି ।

ଏହି ତାମିଲ ଫିଲ୍ମ ବ୍ୟତୀତ ଧୋନୀଙ୍କ ପ୍ରଯୋଜନା ସଂସ୍ଥା କିଛି ଫିଲ୍ମ ନିର୍ମାତା ଓ ସଂଳାପ ଲେଖକଙ୍କ ସହିତ ସାଇନ୍ସ ଫିକ୍ସନ, କମେଡ଼ି, କ୍ରାଇମ, ସସପେନ୍ସ ଥ୍ରିଲର, ରୋମାଞ୍ଚକ କଣ୍ଟେଣ୍ଟ ଉପରେ ଆଲୋଚନା କରିଛି । ଗତ ୨୦୧୯ ଜାନୁଆରୀ ୨୫ରେ ଧୋନୀ ନିଜର ଏଣ୍ଟରଟେନମେଣ୍ଟ କମ୍ପାନୀ ନିର୍ମାଣ କରିଥିଲେ । ଉକ୍ତ ପ୍ରଯୋଜନା ସଂସ୍ଥା ବର୍ତ୍ତମାନ ୩ଟି ଶର୍ଟ ଫିଲ୍ମ ନିର୍ମାଣ କରିସାରିଛି । ସେହି ଫିଲ୍ମ ଗୁଡ଼ିକ ହେଉଛି ‘ରୋର ଅଫ ଦି ଲାଇନ’, ବିଲେଜ ଟୁ ଗ୍ଲୋରୀ’ ଓ ‘ଦି ହିଡନ ହିନ୍ଦୁ’ ।

Get real time updates directly on you device, subscribe now.