fbpx
BSKY
BJD YOUTH SKY
BJD MS SKY

(Video) ଭୁଲ ରିପୋର୍ଟ ପାଇଁ ଡାକ୍ତର ବାବୁ ଗଣିବେ ୧୦ ଲକ୍ଷ: ଅଲଟ୍ରା ସାଉଣ୍ଡ ରିପୋର୍ଟରେ ସବୁ ଠିକଠାକ, ଜନ୍ମ ବେଳକୁ ଶିଶୁର ଗୋଡ଼, ହାତ ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଡାକ୍ତରଙ୍କ ଭୁଲ ଚିକିତ୍ସା ରୋଗୀ ପାଇଁ ଭୟଙ୍କର ହୋଇଥାଏ । ତେବେ ନିକଟରେ ଭୁଲ ରିପୋର୍ଟ ଦେବା ଜଣେ ଡାକ୍ତରଙ୍କ ପାଇଁ ମହଙ୍ଗା ପଡ଼ିଛି । ଜନ୍ମ ପୂର୍ବରୁ ଗର୍ଭସ୍ଥ ଶିଶୁର ସବୁ ଠିକଠାକ ଥିବା ଡାକ୍ତର ଅଲଟ୍ରା ସାଉଣ୍ଡ ରିପୋର୍ଟ ଦେଇଥିଲେ । ମାତ୍ର ଜନ୍ମ ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା । ଶିଶୁର ଗୋଟିଏ ହାତ ଓ ଗୋଟିଏ ଗୋଡ଼ ନଥିଲା । ଗୋଡ଼, ହାତ ଖଣ୍ଡିଆ ଅବସ୍ଥାରେ ଜନ୍ମଦେଇଥିଲା ଶିଶୁ ।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । କୋଲର ଗ୍ରାମର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଗର୍ଭସ୍ଥ ସନ୍ତାନର ଚିକିତ୍ସା ପାଇଁ ରାହାମା ବଜାରସ୍ଥିତ ଏଲଆଣ୍ଡପି ହସ୍ପିଟାଲକୁ ଅଲଟ୍ରା ସାଉଣ୍ଡ ପାଇଁ ଯାଇଥିଲେ । ପିଲାଟି ଗର୍ଭରେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ହସ୍ପିଟାଲର ଡାକ୍ତର ରିପୋର୍ଟ ଦେଇଥିଲେ । ତିନି ତିନି ଥରର ରିପୋର୍ଟ ତଥ୍ୟ ସମାନ ଥିଲା । ମାତ୍ର ଜନ୍ମ ପରେ ଶିଶୁର ହାତ, ଗୋଡ଼ ଖଣ୍ଡିଆ ଥିବା ଦେଖି ଦୁଃଖରେ ଭାଙ୍ଗି ପଡ଼ିଥିଲେ ପରିବାର ଲୋକେ ।

ଏହି ଘଟଣାରେ ଶିଶୁର ବାପା ତିର୍ତ୍ତୋଲ ଥାନାରେ ଏକ ଲିଖିତ ଅଭିଯୋଗ କରିବା ସହ ଖାଉଟି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ପିଲାଟିର ଭବିଷ୍ୟତ ପାଇଁ ୧୦ ଲକ୍ଷ, ପରିବାରକୁ ମାନସିକ ଆଘାତ ଦେଇଥିବାରୁ ୫୦ ହଜାର, ଅଦାଲତ ଖର୍ଚ୍ଚ ପାଇଁ ୪ ହଜାର ଟଙ୍କା ପ୍ରଦାନ କରିବେ ଡାକ୍ତର ବାବୁ । ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ । ତେବେ ଅଦାଲତଙ୍କ ଏହି ରାୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ଦେଖାଯାଇଛି । ୪୫ ଦିନ ମଧ୍ୟରେ ସମସ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଡାକ୍ତର ବାବୁଙ୍କୁ କୁହାଯାଇଛି ।

Get real time updates directly on you device, subscribe now.