fbpx

ଦୁଇ ଦେଶର ହିତ ପାଇଁ ହାସିନା ଚୁପ ରହିବା ଉଚିତ: ୟୁନୁସ

ନୂଆଦିଲ୍ଲୀ: ସେଖ ହାସିନାଙ୍କ ବର୍ତ୍ତମାନର ବୟାନକୁ ନେଇ ନାରାଜ ବାଙ୍ଗଲାଦେଶ । ସେଠାକାର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ କହିଛନ୍ତି, ହସିନା ବୟାନବାଜିରୁ କ୍ଷାନ୍ତ ରୁହନ୍ତୁ । ଏପରି ବୟାନ ଦୁଇ ଦେଶ ପାଇଁ ସମସ୍ୟା ସୃଷ୍ଟି କରୁଛି । ଯେପର୍ଯ୍ୟନ୍ତ ସରକାର ତାଙ୍କୁ ସ୍ୱଦେଶ ଫେରାଇ ଆଣି ନାହାନ୍ତି, ହାସିନା ଚୁପ ବସନ୍ତୁ । ପିଟିଆଇକୁ ଏକ ସାକ୍ଷାତକାର ଦେବା ଅବସରରେ ଏମିତି କହିଛନ୍ତି ୟୁନୁସ ।
ୟୁନୁସ କହିଛନ୍ତି, ଦିଲ୍ଲୀରେ ବସି ହାସିନା ରାଜନୈତିକ ସଦଭାବନାହୀନ ବୟାନ ଦେଉଛନ୍ତି, କିନ୍ତୁ ଏପରି କାର୍ଯ୍ୟରୁ ସେ କ୍ଷାନ୍ତ ହେବା ଉଚିତ । ଢାକାରୁ ତାଙ୍କୁ ସ୍ୱଦେଶ ଫେରିବାକୁ ଅନୁରୋଧ କରିବା ଯାଏଁ ସେ ସେଠାରେ ନିରବ ରୁହନ୍ତୁା ଏଥିସହ ପ୍ରତ୍ୟକ୍ଷରେ ନ ହେଲେ ମଧ୍ୟ ପରୋକ୍ଷରେ ସେ ଭାରତ ଉଦ୍ଦେଶ୍ୟରେ କହିଛନ୍ତି, ବଙ୍ଗ ସରକାର ତାଙ୍କୁ ଫେରାଇ ଆଣିବାକୁ ଚାହିଁବା ପର୍ଯ୍ୟନ୍ତ ଭାରତ ଚାହିଁଲେ ତାଙ୍କୁ ସେଠାରେ ରଖିପାରିବ । ତେବେ ଗୋଟିଏ ସର୍ତ୍ତ କି, ସେଠାରେ ସେ ନିରବ ରହିବେ ବୋଲି କହିଛନ୍ତି ୟୁନୁସ ।
ସାକ୍ଷାତକାରରେ ୟୁନୁସ ଆହୁରି କହିଛନ୍ତି, ଭାରତ ଏହି ଚିନ୍ତାଧାରାରୁ ବାହାରିବା ଦରକାର କି, ଆୱାମୀ ଲିଗ ବ୍ୟତିତ ସବୁ ପଲିଟିକାଲ ପାର୍ଟି ଇସଲାମିକ ପାର୍ଟି ଓ ଦେଶରେ ହାସିନା ନ ରହିଲେ ଦେଶ ଆଫଗାନିସ୍ଥାନ ପାଲଟିଯିବ । ହାସିନାଙ୍କ ପଦକ୍ଷେପକୁ ନେଇ କେହି ମଧ୍ୟ ଖୁସି ନାହିଁ । ଯାହା ହୋଇଥିଲା, ସେସବୁ ଆମେ ଭୁଲିଗଲୁଣି, ଲୋକେ ମଧ୍ୟ ଭୁଲି ଗଲେଣି । କିନ୍ତୁ ନୂଆଦିଲ୍ଲୀରେ ବସି ସେ ନିଜ ଦୁନିଆରେ ରହିଛନ୍ତି । ସେଠି ବସି ସେ ଉତ୍ତେଜକ ଭାଷଣ ଦେଉଛନ୍ତି ଓ ନିର୍ଦ୍ଦେଶ ଦେଉଛନ୍ତି । ଏସବୁକୁ କେହି ପସନ୍ଦ କରୁ ନାହାନ୍ତି ।
ତେବେ ଗତ ମାସରେ ବାଙ୍ଗଲାଦେଶରେ ରାଜନୈତିକ ଅସ୍ଥିରତା ପରେ ଜୀବନ ବିକଳରେ ହାସିନା ନିଜ ପଦରୁ ଇସ୍ତଫା ଦେଇ ଭାରତ ପଳାଇ ଆସିଥିଲେ । ସେବେଠାରୁ ସେ ଭାରତରେ ଅବସ୍ଥାପନ କରୁଛନ୍ତି ।

Get real time updates directly on you device, subscribe now.