fbpx

ମୁକେଶ ଅମ୍ବାନୀଙ୍କୁ ଝଟକା: ୧୫ କୋଟିର ଜରିମାନା ପାଇଁ ନିର୍ଦ୍ଦେଶ ଦେଲା ସେବି

Advertisement

ନୂଆଦିଲ୍ଲୀ, ୨ା୧: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ(ଆରଆଇଏଲ)ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଉପରେ ସେବି ପକ୍ଷରୁ ୧୫ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି । ଏତଦବ୍ୟତୀତ ସେବି ଦ୍ୱାରା ଅନ୍ୟ ଦୁଇଟି କମ୍ପାନୀ ନଭି ମୁମ୍ବାଇ ଏସଇଜେଡ ପ୍ରାଇଭେଟ ଲିମିଟେଡକୁ ୨୦ କୋଟି ଓ ମୁମ୍ବାଇ ଏସଇଜେଡ ଲିମିଟେଡକୁ ୧୦ କୋଟି ଟଙ୍କାର ଜରିମାନା ନିର୍ଦ୍ଦେଶ ଦିଆଯାଇଛି ।

ସେବି ଦ୍ୱାରା ଆରଆଇଏଲ ଉପରେ ୨୫ କୋଟି ଟଙ୍କାର ଜରିମାନା ଲାଗୁ କରାଯାଇଛି । ୨୦୦୭ ମସିହା ନଭେମ୍ବର ମାସରେ ରିଲାଏନ୍ସ ପେଟ୍ରୋଲିୟମ ଲିମିଟେଡ (ଆରପିଏଲ)ର ସେୟାର ମାମଲାକୁ ନେଇ ସେବି ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

ତେବେ ସେବିର ଏହି ନିର୍ଦ୍ଦେଶ ପରେ ଆରଆଇଏଲ ସ୍ୟାଟର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ତେବେ ସ୍ୟାଟ ଏହି ଆବେଦନକୁ ଖାରଜ କରିଦେବା ପରେ ଟ୍ରିବ୍ୟୁନାଲ ବିରୋଧରେ ଆରଆଇଏଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ବୋଲି ଜଣାଯାଇଛି ।

Get real time updates directly on you device, subscribe now.