fbpx

ବ୍ୟବସାୟୀଙ୍କୁ ଝୁରିଲେ ବ୍ୟବସାୟୀ; Ratan Tataଙ୍କ ପରଲୋକରେ ଭାବବିହ୍ଵଳ ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟା ବର୍ତ୍ତମାନ ଆମ ଗହଣରେ ନାହାନ୍ତି। ବୁଧବାର ଦିନ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ତାଙ୍କ ପରଲୋକର ଖବର ଶୁଣି ସାରା ଦେଶ ଦୁଃଖ ପ୍ରକାଶ କରିଛି। ତେବେ ରତନ ଟାଟାଙ୍କ ପରଲୋକକୁ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ମଧ୍ୟ ସାମିଲ ଅଛନ୍ତି। ରତନ ଟାଟାଙ୍କ ପରଲୋକ ଖବର ଶୁଣି ମୁକେଶ ଅମ୍ବାନୀଙ୍କୁ ଝଟକା ଲାଗିଛି। ସେ ରତନ ଟାଟାଙ୍କୁ ନେଇ ଏକ ନିଜର ମନ୍ତବ୍ୟ ଜାରି ରଖିଛନ୍ତି। ଯେଉଁଥିରେ କୁହାଯାଇଛି ଯେ, ଏହା ଭାରତ ଏବଂ ଭାରତୀୟ ଶିଳ୍ପପତି ଜଗତ ପାଇଁ ବହୁତ ଦୁଃଖର ଦିନ। ସେ କହିଛନ୍ତି ଯେ, ରତନ, ଆପଣ ସର୍ବଦା ମୋ ହୃଦୟରେ ରହିବେ।

ପ୍ରତି ଭାରତୀୟଙ୍କ ପାଇଁ ଏକ ବଡ଼ କ୍ଷତି
ମୁକେଶ ଅମ୍ବାନୀ ଆଗକୁ କହିଛନ୍ତି ଯେ, ଏହା ଭାରତ ଏବଂ ଭାରତୀୟ ଶିଳ୍ପ ଜଗତ ପାଇଁ ଅତ୍ୟନ୍ତ ଦୁଃଖର ଦିନ। ରତନ ଟାଟାଙ୍କ ପରଲୋକ କେବଳ ଟାଟା ଗ୍ରୁପ ପାଇଁ ନୁହେଁ ବରଂ ପ୍ରତି ଭାରତୀୟଙ୍କ ପାଇଁ ଏକ ବଡ଼ କ୍ଷତି। ରତନ ଟାଟାଙ୍କ ପରୋଲକ ତାଙ୍କୁ ବ୍ୟାକ୍ତିଗତ ସ୍ତରରେ ଅନେକ ଦୁଃଖ ପ୍ରଦାନ କରିଛି। ଆଜି ମୁଁ ନିଜର ଏକ ପ୍ରିୟ ବନ୍ଧୁଙ୍କୁ ହରାଇଛି। ତାଙ୍କ ସହ ପ୍ରତିଥର ଦେଖାହେବା ମୋତେ ପ୍ରେରଣା ଏବଂ ଶକ୍ତିବାନ କରିଛି। ତାଙ୍କ ଚରିତ୍ରର ମହାନତା ଏବଂ ତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ମାନବ ସିଦ୍ଧାନ୍ତ ମୋ ସମ୍ମାନ ବଢାଇଛି। ରତନ ଟାଟା ଏକ ଦୂରଦର୍ଶୀ ଶିଳ୍ପପତି ଏବଂ ଏକ ପରୋପକାରୀ ବ୍ୟକ୍ତି ଥିଲେ, ଯିଏ ସର୍ବଦା ସମାଜର ଭଲ ପାଇଁ କାର୍ଯ୍ୟ କରୁଥିଲେ।

‘ରତନ, ଆପଣ ସର୍ବଦା ମୋ ହୃଦୟରେ ରହିବେ’
ମୁକେଶ ଅମ୍ବାନୀ ଆହୁରି କହିଛନ୍ତି ଯେ, ଭାରତ ନିଜର ସବୁଠୁ ଚମତ୍କାର ଏବଂ ଦୟାଳୁ ପୁଅକୁ ହରାଇଛି। ରତନ ଟାଟା ଭାରତକୁ ଦୁନିଆକୁ ସାମ୍ନାରେ ରଖିଛନ୍ତି ଏବଂ ଦୁନିଆର ଉତ୍ତମ ଜିନିଷକୁ ଭାରତକୁ ଆଣିଛନ୍ତି। ସେ ଟାଟା ପରିବାରକୁ ସଂସ୍ଥାପିତ କରି ଏହାକୁ ଏକ ଆନ୍ତର୍ଜାତୀୟ ଉଦ୍ୟୋଗରେ ପରିଣତ କରିଛନ୍ତି। ୧୯୯୧ରେ ରତନ ଟାଟା ଚେୟାରମ୍ୟାନ ପଦ ସମ୍ଭାଳିବା ପରଠୁ ଟାଟା ଗ୍ରୁପକୁ ୭୦ ଗୁଣା ଅଧିକ ବଢାଇଛନ୍ତି। ରିଲାଏନ୍ସ, ନୀତା ଏବଂ ଅମ୍ବାନୀ ପରିବାର ପକ୍ଷରୁ ମୁଁ ଟାଟା ପରିବାର ଏବଂ ସାରା ଟାଟା ଗ୍ରୁପର ଶୋକ ସନ୍ତପ୍ତ ସଦସ୍ୟଙ୍କ ପ୍ରତି ନିଜର ହାର୍ଦ୍ଦିକ ସମ୍ବେଦନ ବ୍ୟକ୍ତ କରୁଛି। ରତନ, ଆପଣ ସର୍ବଦା ମୋ ହୃଦୟରେ ରହିବେ.. ଓମ୍ ଶାନ୍ତି।

Get real time updates directly on you device, subscribe now.