fbpx

ଭାରତର ଧନୀ ବ୍ୟକ୍ତି ଅମ୍ବାନୀ ଦିନକୁ କେତେ ରୋଜଗାର କରନ୍ତି, ଜାଣିକି ହୋଇଯିବେ ତାଜୁବ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ୍ ତଥା ଏମଡି ମୁକେଶ ଅମ୍ବାନୀ କେବଳ ଭାରତରେ ନୁହେଁ ବରଂ ଏସିଆରେ ମଧ୍ୟ ଧନୀ ବ୍ୟକ୍ତି ତାଲିକାରେ ଆଗରେ ରହିଛନ୍ତି । ତାଙ୍କର ନିଟ୍ ମୂଲ୍ୟ ପ୍ରାୟ 116 ବିଲିୟନ ଡଲାର ବୋଲି ଆକଳନ କରାଯାଇଛି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ ସେ ବର୍ତ୍ତମାନ ବିଶ୍ବର ଦ୍ୱାଦଶ ଧନୀ ବ୍ୟକ୍ତି ଅଟନ୍ତି । ତାଙ୍କ ପରେ ରହିଛନ୍ତି ଗୌତମ ଆଦାନୀ । ତାଙ୍କର 104 ବିଲିୟନ ଡଲାରର ସମ୍ପତ୍ତି ରହିଛି ।  କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଦୈନିକ କେତେ ରୋଜଗାର କରନ୍ତି ?

ସୂଚନାନୁସାରେ, ମୁକେଶ ଅମ୍ବାନୀ ପ୍ରତିବର୍ଷ ପ୍ରାୟ 15 କୋଟି ଟଙ୍କା ବେତନ ନେଉଥିଲେ । କିନ୍ତୁ କରୋନା ପରେ ସେ ଦରମା ନେଇନାହାଁନ୍ତି । ଏହା ସତ୍ତ୍ବେ ସେ ଦୈନିକ 163 କୋଟି ଟଙ୍କା ରୋଜଗାର କରନ୍ତି । ଏହି ଟଙ୍କା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସେୟାରହୋଲ୍ଡରୁ ତାଙ୍କ ପାଖକୁ ଆସିଥାଏ । ପେଟ୍ରୋକେମିକାଲ୍, ତୈଳ, ଟେଲିକମ୍, ରିଟେଲ ସମେତ ଅନେକ କ୍ଷେତ୍ରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବ୍ୟବସାୟ ବିସ୍ତାର କରିଛି । ଏହା ବ୍ୟତୀତ ସେ ମୁମ୍ବାଇରେ ଥିବା ତାଙ୍କ ଘର ଆଣ୍ଟିଲିଆ ସମେତ ରିଅଲ ଇଷ୍ଟେଟରେ ଅନେକ ସ୍ଥାନରେ ବିନିଯୋଗ କରିଛନ୍ତି । ଆଣ୍ଟିଲିଆର ମୂଲ୍ୟ ପ୍ରାୟ 15 ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

Get real time updates directly on you device, subscribe now.